Latest Odisha News

BREAKING NEWS

ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧୬ରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । କିନ୍ତୁ ପାଠ ପଢ଼ିବାକୁ ଯିବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ସେମାନଙ୍କୁ ସ୍କୁଲ ଯିବା ନେଇ ମିଳିଛି ଅନୁମତି । କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୩୦ ଯାଏ ସ୍କୁଲ ବନ୍ଦ ରହିବ ।

ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କେମିତି ଖୋଲିବ ସ୍କୁଲ, ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହେବ । ପୂର୍ବ ଭଳି ଅନଲାଇନରେ ପାଠପଢ଼ା ଚାଲିବ । ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନରେ କେବଳ ପିଏଚଡି ଏବଂ ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗର ସ୍ନାତ୍ତକତ୍ତୋର ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ।

କରୋନା ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ବନ୍ଦ ରହିଛି ସରକାରୀ ଓ ଘରୋଇ ସ୍କୁଲ । କେବେ ଖୋଲିବ ସ୍କୁଲ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । କେବଳ ଅନଲାଇନରେ ଛାତ୍ରଛାତ୍ରୀ ପାଠ ପଢୁଥିଲେ ।

Leave A Reply

Your email address will not be published.