Latest Odisha News

BREAKING NEWS

ରାସ୍ତା ଉପରେ ଜଳିଗଲା ଟ୍ରକ୍, କାରଣ ଅସ୍ପଷ୍ଟ

କେନ୍ଦୁଝର: ରାସ୍ତା ଉପରେ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ଟ୍ରକଟି ଜଳିଗଲା । ଏହି ଦୃଶ୍ୟ କେନ୍ଦୁଝର ଜିଲ୍ଲାର । ମାଲବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା । ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗାଁ ନିକଟରେ ଏହି ଘଟଣା ଘଟିଛି । ଟ୍ରକ ଡ୍ରାଇଭର ସୁରକ୍ଷିତ ଅଛନ୍ତି । ସେତେବେଳେ ସେ ଭିତରେ ନଥିଲେ ।

ଟ୍ରକଟି କେନ୍ଦୁଝର ଅଭିମୁଖେ ଯାଉଥିଲା । ପିଟାପିଟି ଛକ ନିକଟ ରାସ୍ତା କଡରେ ଗାଡ଼ିକୁ ଠିଆ କରିଥିଲେ ଡ୍ରାଇଭର । ପାଖ ଦୋକାନକୁ ପାଣି ପିଇବା ପାଇଁ ଯାଇଥିଲେ । ଏତିକିବେଳେ ଟ୍ରକରେ ନିଆଁ ଲାଗି ଯାଇଥିଲା ।ଖବର ପାଇଁ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ କେମିତି ଓ କିଭଳି ଟ୍ରକରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.