Latest Odisha News

BREAKING NEWS

ଆଜିଠାରୁ ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲୁଛି ସମସ୍ତ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବାକୁ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ କ୍ଲାସରୁମରେ ପାଠପଢ଼ା ଯିବ ।  ତାପୂର୍ବରୁ ପୁରା କ୍ୟାମ୍ପସକୁ ବିଶୋଧନୀକରଣ କରାଯାଇଛି ।

କ୍ୟାମ୍ପସରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଧିକ ପିଲା ଥିଲା ଅଧିକ କ୍ଲାସ୍ କରାଯିବ । ତେବେ ପିଲାମାନେ ନିଜ ଅଭିଭାବକଙ୍କ ଅନୁମତି ନେଇ ପଢ଼ିବାକୁ ଆସିବେ । କ୍ଲାସରୁମ୍ ପାଠପଢ଼ାକୁ ବାଧ୍ୟତାମୂଳକ କରାଯାଇ ନାହିଁ । ଅନଲାଇନ୍ ପାଠପଢ଼ା ପୂର୍ବଭଳି ଜାରି ରହିବ ।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ କ୍ଲାସରୁମ୍‌ ବାହାରେ ବି ପିଲାଙ୍କୁ ପାଠ ପଢ଼ା ଯାଇପାରିବେ । ତେବେ ପାଗ ଅନୁକୂଳ ଥିବା ଆବଶ୍ୟକ । ପ୍ରତି ସ୍କୁଲ୍‌ରେ ରହିବ ଆଇସୋଲେସନ୍‌ ରୁମ୍‌ । କୋଭିଡ୍‌ ମନିଟରିଂ ଟିମ୍‌ ଗଠନ କରାଯିବ । ସେମାନେ ସ୍କୁଲ ଖୋଲିବାର ଅଧଘଣ୍ଟା ପୂର୍ବରୁ ଓ ବନ୍ଦ ହେବାର ଅଧଘଣ୍ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ ।

ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ । ପ୍ରତିଦିନ ସ୍କୁଲ ପରିସରକୁ ସଫେଇ କରାଯିବ । ତେବେ କୌଣସି ପିଲା ସଫେଇ କାମରେ ନିୟୋଜିତ ନହେବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି ।

ସେହିପରି ଆଜିଠାରୁ ବି ଖୋଲିବ ବିଦ୍ୟାଳୟରେ ଥିବା ହଷ୍ଟେଲ । ସାମା‌ଜିକ ଦୂରତା ଲକ୍ଷା ସହ ନିୟମିତ ବ୍ୟବଧାନରେ ହଷ୍ଟେଲ ପରିସର, ଶୌଚାଳୟ ଓ ଅନ୍ୟାନ୍ୟ ଅଞ୍ଚଳରୁ ବିଶୋଧନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.