Latest Odisha News

BREAKING NEWS

ଅଲିମ୍ପିକ୍ସ ଅସୀ ଚାଳନାର ପ୍ରଥମ ରାଉଣ୍ଡ ଜିତିଲେ ଭାରତର ଭବାନୀ ଦେବୀ

ଟୋକିଓ: ଅଲିମ୍ପିକ୍ସର ଅସୀ ଚାଳନାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ସି. ଏ. ଭବାନୀ ଦେବୀ । ଫେନ୍ସିଂରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି । ମହିଳା ସବ୍‌ରେ ଇଭେଣ୍ଟରେ ଟ୍ୟୁନିସିଆର ବେନ ଆଜିଜିଙ୍କୁ ୧୫/୩ରେ ପରାସ୍ତ କରିଛନ୍ତି ଭବାନୀ ଦେବୀ ।

ଫ୍ରାନ୍ସର ବ୍ରୁଟେନଙ୍କୁ ସେ ପ୍ରି-କ୍ୱାର୍ଟରରେ ଭେଟିବେ । ଅସୀ ଚାଳନାରେ ଅଲିମ୍ପିକ୍ସରେ ଭାଗ ନେବାରେ ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଭବାନୀ ଦେବୀ । ଆଗକୁ ଭଲ ପ୍ରଦର୍ଶନ କରିବା ନେଇ ଦେଶବାସୀ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.