Latest Odisha News

BREAKING NEWS

ଆସନ୍ତାକାଲିଠୁ ଦୁଇଦିନ ପୁରୀରେ  ବନ୍ଦ ରହିବ ସ୍କୁଲ

ପୁରୀ: ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାରେ ଅନେକ ଗାଁ ଏବେ ପାଣି ଘେରରେ ରହିଛି ।  ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ସମସ୍ୟା ଘେରରେ ଥିବାରୁ  ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥାତ ଆସନ୍ତାକାଲି ଏବଂ ପରଦିନ( ଅଗଷ୍ଟ ୨୨ ଓ ୨୩ ତାରିଖ )  ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକ ବନ୍ଦ ରହିବ।

ସେହିଭଳି ପାଣି ଘେରରେ ଥିବା ସ୍କୁଲଗୁଡ଼ିକର ଛୁଟି ଆଉ ୨ ଦିନ ବଢାଇ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଲଗାଣ ବର୍ଷା ପାଇଁ ଛାତ୍ରଛାତ୍ରୀମାନେ ଘରୁ ବାହାରି ପାରୁନାହାଁନ୍ତି । ଅନେକ ସ୍କୁଲ ମଧ୍ୟ ପାଣି ଘେରରେ ରହିଛି  । ସେଥିପାଇଁ ସ୍କୁଲ ବନ୍ଦ ଘୋଷଣା କରିଛି ପ୍ରଶାସନ ।

Comments are closed.