ଭୁବନେଶ୍ୱର: ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ରାଜୟରେ ଏବେ ଖୋଲିବନି ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ମାସରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନିଆଇଥିଲା । କିନ୍ତୁ ଏହାକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି ।
ଆନ୍ଧ୍ରଦେଶରେ ସ୍କୁଲ ଖୋଲିବା ପରେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ସଂକ୍ରମିତ ହେବା ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.