Latest Odisha News

BREAKING NEWS

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜି ଗଞ୍ଜେଇ ଜବତ; ୨ ଅଟକ

ଲମତାପୁଟ: ପୁଣି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜିର ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ, କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କୋରାପୁଟ ଜିଲ୍ଲା ପାଡ଼ୁଆ ପୋଲିସ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓ ଏବଂ ପାଡୁଆ ଥାନା ଅଧିକାରୀ ମିଳିତ ଭାବେ ଚଟୁଆ ଗାଁ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା।

ଅଟକ ୨ ଯୁବକ ମାନେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମିଙ୍ଗୁର ଗାଁର ଗୌର ଗୋପାଳ ପଣ୍ଡା ଏବଂ କୋଟପାଡି ଗାଁର ଗିରିଧାରୀ ଦିଶାରୀ । ଅଭିଯୁକ୍ତମାନଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି।

Leave A Reply

Your email address will not be published.