Latest Odisha News

BREAKING NEWS

କରୋନାଭାଇରସ ସମ୍ପର୍କୀତ ଗୁଜବ ପ୍ରଚାର କରି ନିଲମ୍ବିତ ହେଲେ ଶିକ୍ଷକ

ଭବାନୀପାଟଣା: କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ ।

ସମ୍ପୃକ୍ତ ଶିକ୍ଷକଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ଯିଏକି ଗୋଲମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଡୁଡକେଲା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଥିଲେ ଏବଂ ଏହି ଘଟଣାରେ ମାର୍ଚ୍ଚ ୧୫ ତାରିଖରେ ଗିରଫ ହୋଇଥିଲେ ।

ପୋଲିସର ସୂଚନାନୁଯାୟୀ, ନିକଟରେ ବେଙ୍ଗାଲୁରୁରୁ ଫେରି ଆସିଥିବା (କୋଭିଡ-୧୯) ସଂକ୍ରମିତ ଜଣେ ବ୍ୟକ୍ତି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖାଲିକାନି ଗ୍ରାମସ୍ଥିତ ନିଜ ଘରେ ଛପି ରହିଥିବା ସମ୍ପର୍କିତ ଖବର ବୁନ୍ଦୁ ବିଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପରେ ପଠାଇଥିଲା ।

ଏପରକି ସେ ବ୍ୟକ୍ତି ଜଣକ କରୋନାଭାଇରସରେ ଆକ୍ରାନ୍ତ ଥିବାବେଳେ ତାଙ୍କ ବାସଭବନରେ ସ୍ଥାନୀୟ ଆଇଆଇସିଙ୍କ ସହ ବିଡିଓ ମଧ୍ୟ ଭେଟିଥିଲେ ବୋଲି ପ୍ରକାଶ କରିଥିଲା ସେ । ପରେ ଗୁଜବ ପ୍ରଚାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ଓଡିଶା କ୍ୟାବିନେଟ ନିକଟରେ ଓଡିଶା କୋଭିଡ -୧୯ ନିୟମାବଳୀ ୨୦୨୦କୁ ଅନୁମୋଦନ କରିଥିଲେ । ତଦନୁଯାୟୀ କୌଣସି ଅଜ୍ଞାତ ସୂଚନା କିମ୍ବା ଗୁଜବ ପ୍ରଚାର କରିଲେ, ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.