Latest Odisha News

BREAKING NEWS

ଓଡିଶାରେ କରୋନା ସତର୍କତା; ଆହାର କେନ୍ଦ୍ର ଲାଗି ଗାଇଡଲାଇନ ଜାରି

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶାର ସମସ୍ତ ଆହର କେନ୍ଦ୍ରଗୁଡିକକ ଲାଗି ମଧ୍ୟ ଗାଇଡଲାଇନ ଜାରି କରାଯାଇଛି ।

ଉକ୍ତ ଗାଇଡଲାଇନ୍ ଅନୁଯାୟୀ-

ଏବେ ସମସ୍ତ ଆହାର କେନ୍ଦ୍ରଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ।

ଜନସାଧାରଣ ମାନେ ଧାଡିରେ ଛିଡା ହେବାସହ ପରସ୍ପର ମଧ୍ୟରେ ପ୍ରାୟ ଦେଢ କିମି. ତଥା ୧.୫ମି.ର ଦୂରତା ବଜାୟ ରଖିବେ ।

ଖାଇବା ସମୟରେ ଜନସାଧାରଣ ଆହାର କେନ୍ଦ୍ର ଭିତରେ ଗହଳି ନକରି ବାହାରେ ଖାଇବେ ବୋଲି ସୁତ୍ରରୁ ପ୍ରକାଶ ।

ଏହାର ତଦାରଖ ଲାଗି ଆହାର କେନ୍ଦ୍ରଗୁଡିକରେ ପୋଲିସ କର୍ମଚାରୀ ମାନଙ୍କୁ ମୁତୟନ କରାଯିବ।

ଏହାବ୍ୟତିତ ଆହାର କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ଜନସାଧାରଣଙ୍କ ହାତ ଧୋଇବା ଲାଗି ସାବୁନ୍ କିମ୍ବା ହ୍ୟାଣ୍ଡୱାସର ବ୍ୟବସ୍ଥା କରାଯିବ ।

ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯିବ ।

ଆହାର କେନ୍ଦ୍ରକୁ ସ୍ୱଚ୍ଛ ତଥା ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.