Latest Odisha News

ଶେଷରେ ନ୍ୟାୟ ଆଉ ହକ ପାଇଲେ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ନ୍ୟାୟ ପାଇଁ ଗୁହାରି କରୁଥିବା ଇସ୍ରୋର ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ଶେଷରେ ନ୍ୟାୟ ଆଉ ହକ ମିଳିଛି । କେରଳ ସରକାର ଅଢେଇ ଦଶକ ପୁରୁଣା ଗୁପ୍ତଚର ମାମଲାର ସାମାଧାନ ପାଇଁ ୧.୩୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ଦେଇଛନ୍ତି । ମହାନ ବୈଜ୍ଞାନିକଙ୍କୁ ରାଜ୍ୟ ପୋଲିସ ଦ୍ବାରା ଫସେଇ ଦିଆଯାଇଥିଲା । ଗତ ବର୍ଷ ଡିସେମ୍ବର ମାସରେ କେରଳ ମନ୍ତ୍ରୀମଣ୍ଡଳ ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କୁ ୧.୩୦ କୋଟି ଟଙ୍କା କ୍ଷତିପୂରଣ ଦେବାର ମଞ୍ଜୁରୀ ପ୍ରଦାନ କରିଥିଲା । ନାମ୍ବି ନାରାୟଣଙ୍କ ବୟସ ୭୯ ବର୍ଷ । ନାରାୟଣଙ୍କ ମାମଲା ଥିରୁଅନନ୍ତପୁରମର ସେସନ୍ କୋର୍ଟରେ ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଦାଖଲ କରାଯାଇଥିଲା ।

ସୁପ୍ରିମକୋର୍ଟ କହିଥିଲେ, ଏହି ମାମଲାରେ ତାଙ୍କୁ ଗିରଫ କରାଯିବା ଅନାବଶ୍ୟକୀୟ ଥିଲା ଓ ତାଙ୍କୁ ଫଶାଯାଇଥିଲା । ଏହା ସହିତ ସୁପ୍ରିମକୋର୍ଟ ନିଜ ନିର୍ଦେଶରେ କହିଥିଲେ, ପୂର୍ବତନ ବୈଜ୍ଞାନିକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ । ସୁପ୍ରିମକୋର୍ଟ ଏହା ମାନିଥିଲେ ଯେ, ନାରାୟଣନ ଏହାଠାରୁ ଅଧିକ ହକଦାର ଅଟନ୍ତି ଓ ଉଚିତ କ୍ଷତପୂରଣ ପାଇଁ ନିମ୍ନ ଅଦାଲତ ଯାଇପାରନ୍ତି । ନାରାୟଣ କହିଛନ୍ତି, ମୁଁ ବହୁତ ଖୁସି ।  ଧନ ପାଇଁ ଏହି ଲଢେଇ ଲଢି ନଥିଲି । ମୋର ଲଢେଇ ଅନ୍ୟାୟ ବିରୋଧରେ ଥିଲା ।’ ଉଲ୍ଲେଖନୀୟ ଯେ, ଇସ୍ରୋର ଗୁପ୍ତଚର ମାମଲାରେ ଦୁଇ ବୈଜ୍ଞାନିକ ଓ ଦୁଇ ମାଳଦ୍ବୀପର ମହିଳାଙ୍କ ସହିତ ଅନ୍ୟ ୪ ଜଣ ଲୋକଙ୍କ ଦ୍ବାରା ଶତ୍ରୁ ଦେଶର କାଉଣ୍ଟିର କ୍ରାୟୋଜେନିକ୍ ଇଞ୍ଜିନ ପ୍ରଯୁକ୍ତିର କିଛି ଗୋପନୀୟ ଦସ୍ତାବିଜ୍ ଓ ରହସ୍ୟ ହସ୍ତାନ୍ତରଣ ଅଭିଯୋଗରେ ଲାଗିଥିଲେ। ଏଥିରେ  ନାରାୟଣଙ୍କର ମଧ୍ୟ ନାଁ ଥିଲା। ନଭି ନାରାୟଣଙ୍କ ବିରୋଧରେ ୧୯୯୪ରେ ମାଲଦ୍ବୀପର ଦୁଇ  ମହିଳା ଗୁଇନ୍ଦା ଅଧିକାରୀଙ୍କୁ ରକ୍ଷା ବିଭାଗ ସମ୍ପର୍କିତ ଗୁପ୍ତ ସୂଚନା ଲିକ୍ କରିବାର ଅଭିଯୋଗ କରିଥିଲେ ।

Leave A Reply

Your email address will not be published.