Latest Odisha News

BREAKING NEWS

ଦେଶର ପ୍ରଥମ ସ୍ୱାଧୀନତା ଦିବସ ପାଳନ ବେଳେ କେଉଁଠି ଥିଲେ ଗାନ୍ଧିଜୀ !

ଭୁବନେଶ୍ୱର: ଦେଶ ସ୍ୱାଧୀନ ହେବା ସହିତ ୧୯୪୭ ମସିହା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ଦେଶ ସ୍ୱାଧୀନତା ପାଇଁ ମଙ୍ଗ ଧରିଥିବା ମହାତ୍ମାଗାନ୍ଧି କିନ୍ତୁ ଉତ୍ସବରେ ନିଜକୁ ସାମିଲ କରି ନଥିଲେ । ୨୦୦ ବର୍ଷ ଧରି ଦେଶରେ ରାଜୁତି କରୁଥିବା ଇଂରେଜମାନଙ୍କୁ ବିତାଡିତ କରିବାରେ ନିଜର ଅହିଂସା ନୀତି ବଳରେ ସଫଳ ହୋଇଥିଲେ ହେଁ କାହିଁକି ସାମିଲ ହୋଇ ନ ଥିଲେ ବାପୁ ! ଆସନ୍ତୁ ଜାଣିବା ।

I

ଇଂରେଜମାନେ ଦେଶ ଛାଡି ଚାଲିଯିବା ସୁନିଶ୍ଚିତ ହେବା ପରେ ଦେଶରେ ସ୍ୱାଧୀନତା ଦିବସ ପାଳନ ନେଇ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ସେତେବେଳେ ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗାନ୍ଧିଜୀଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ଲେଖାଥିଲା ‘ଆମେ ଦେଶର ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ । ଆପଣ ଜାତିର ପିତା । ତେଣୁ ଆପଣ ଏଥିରେ ସାମିଲ ହୋଇ ଆଶୀର୍ବାଦ ଦେବେ । ’

ସେତେବେଳେ ଗାନ୍ଧିଜୀ ଥିଲେ ପଶ୍ଚିମବଙ୍ଗର ନୂଆଖଲ୍ଲି ଗାଁରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଚାଲିଥିବା ହିଂସାକୁ ରୋକିବାକୁ ପାଇଁ ଅନଶନରେ ବସିଥିଲେ । ଗାନ୍ଧିଜୀ ନେହେରୁଙ୍କୁ ଚିଠି ଲେଖିଥିଲେ ‘କଲିକତାରେ ହିନ୍ଦୁ ମୁସଲମାନ ପରସ୍ପରର ଶତ୍ରୁ ହୋଇଛନ୍ତି । ଏହି ପରିସ୍ଥିତିରେ ଉତ୍ସବ କିପରି ପାଳିବି ।’

ତେବେ ଗାନ୍ଧିଜୀ ଚରଖା ଚଲାଇ ସ୍ୱାଧୀନତା ଦିବସ ବା ସ୍ୱାତନ୍ତ୍ରତା ଦିବସ ପାଳନ କରିଥିଲେ ।

Leave A Reply

Your email address will not be published.