Latest Odisha News

BREAKING NEWS

ବିଶ୍ବର ପ୍ରଥମ ନ୍ୟୁକ୍ଲିୟର ଡାଏମଣ୍ଡ ବ୍ୟାଟେରୀ; ସହସ୍ର ବର୍ଷ ପାଇଁ ଉପକରଣକୁ ଶକ୍ତି ଯୋଗାଇବ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ନ୍ୟୁକ୍ଲିୟର ଡାଏମଣ୍ଡ ବ୍ୟାଟେରୀ ତିଆରି ହୋଇଛି | ଏହି ବ୍ୟାଟେରୀ ହଜାର ହଜାର ବର୍ଷ ଧରି କୌଣସି ଛୋଟ ଇଲେକ୍ଟ୍ରୋନିକ୍ ଉପକରଣକୁ ଚାର୍ଜ କରାଇପାରିବ | ଏହି ବ୍ୟାଟେରୀରେ, ହୀରା ଭିତରେ ରେଡିଓଆକ୍ଟିଭ୍ ପଦାର୍ଥ ଭର୍ତ୍ତି କରାଯାଇଛି | ଏହି ବ୍ୟାଟେରୀରେ କାର୍ବନ -୧୪ ନାମକ ଏକ ରେଡିଓଆକ୍ଟିଭ୍ ପଦାର୍ଥ ଅଛି, ଯାହାର ହାପ୍ ଲାଇଫ୍ ୫୭୩୦ ବର୍ଷ | ଏହାର ଅର୍ଥ ଯଦି ଡିଭାଇସ୍ ଏତେ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ତେବେ ସେଥିରୁ ଉର୍ଜା ମିଳିପାରିବ ।

ଇଂଲଣ୍ଡର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଆଣବିକ ହୀରା ବ୍ୟାଟେରୀ ତିଆରି କରିଛନ୍ତି। ରେଡ଼ିଓଏକ୍ଟିଭ୍ ସାମଗ୍ରୀ ଏବଂ ହୀରାକୁ ମିଶାଇ ବିଦ୍ୟୁତ୍ ଉତ୍ପାଦନ କରିଛନ୍ତି । ଏହାର ସୂଚନା କିଛିଦିନ ତଳେ ବୈଜ୍ଞାନିକ ମାନେ ଦେଇଛନ୍ତି । ଏହି ବ୍ୟାଟେରୀକୁ ଚଳାଇବା ପାଇଁ  କୌଣସି ପ୍ରକାରର ଗତିର ଆବଶ୍ୟକତା ନାହିଁ | ଏହାର ଅର୍ଥ ହେଉଛି ଚୁମ୍ବକକୁ କୌଣସି କୋଇଲ ଘୂର୍ଣ୍ଣନ କରିବାର କୌଣସି ଆବଶ୍ୟକତା ନାହିଁ |

ଯେକୌଣସି ପାରମ୍ପାରିକ ବ୍ୟାଟେରୀ କିମ୍ବା ଶକ୍ତି ଉତ୍ପାଦନ ଉପକରଣ ଅପେକ୍ଷା ଏହା ଅନେକ ଗୁଣରେ ଭଲ | ଏହି ବ୍ୟାଟେରୀ ଭିତରେ ରେଡିଏସନ ହେତୁ ଇଲୋକ୍ଟ୍ରନସ ଦ୍ରୁତ ଗତିରେ ଘୂର୍ଣ୍ଣନ କରେ | ଫଳରେ  ବିଜୁଳି ଉତ୍ପାଦନ ହୋଇଥାଏ । ଯେମିତି ସୋଲାର ପାଓ୍ବାର ପାଇଁ ଫୋଟୋଭୋଲ୍ଟିକ୍ ସେଲ୍ସର ବ୍ୟବହୃତ ହେଉଥାଏ |ଯେଉଁଥିରୁ ଫୋଟନ୍ସ ଗୁଡିକକୁ ବିଦ୍ୟୁତରେ ପରିଣତ ହୁଏ |

ଏହି ବୈଜ୍ଞାନିକମାନେ ପୂର୍ବରୁ ନିକେଲ-୬୩ର ବ୍ୟବହାର କରି ୨୦୧୭ରେ ଏକ ପ୍ରୋଟୋଟାଇପ୍ ବ୍ୟାଟେରୀ ତିଆରି କରିଥିଲେ | କିନ୍ତୁ ନୂତନ ବ୍ୟାଟେରୀ କାର୍ବନ -୧୪ ରେଡିଓଆକ୍ଟିଭ୍ ଆଇସୋଟୋପ୍ ଏବଂ ହୀରା ବ୍ୟବହାର କରି ତିଆରି କରାଯାଇଥିଲା । ଏହି ରେଡିଓଆକ୍ଟିଭ୍ ପଦାର୍ଥକୁ ହୀରାର ମଧ୍ୟରେ ଲଗାଯାଏ | ଯେଉଁ କାରଣରୁ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୁଏ |

କାର୍ବନ-୧୪ ବ୍ୟବହାର କରାଯାଉଛି ଯାହା ଦ୍ବାରା ବିକିରଣ କମ୍ ଏବଂ ସ୍ୱଳ୍ପ ଦୂରତା ଯାଏଁ କାମ କରେ  | ଏହା  ସିଲ୍ଡ ମେଟେରିୟାଲରେ ସହଜରେ ଅବଶୋଷିତ ହେଇଯାଏ | ଫଳରେ ଏଥିରେ ବିକିରଣର ସଙ୍କଟ କମ୍ ହୋଇଯାଇଥାଏ । କ୍ଷତି କମ୍ ହୋଇଯାଏ । କାର୍ବନ -୧୪କୁ ସିଧା ଖୋଲା ହାତରେ ଛୁଇଁ ପାରିବା ନାହିଁ । ଏପରି ପରିସ୍ଥିତିରେ ଏହା ସାଂଘାତିକ ପ୍ରମାଣିତ ହୋଇପାରେ |

ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ନିଲ୍ ପକ୍ସ କହିଛନ୍ତି ଯେ, ଦୁନିଆର ସବୁଠାରୁ କଠିନ ପଦାର୍ଥ ହେଉଛି ହୀରା। ଏହି ବ୍ୟାଟେରୀ ପାଇଁ ହୀରାଠାରୁ ଅଧିକ ସୁରକ୍ଷିତ କିଛି ନଥିଲା | କାର୍ବନ -୧୪ ପ୍ରାକୃତିକ ଉପାୟରେ ଉତ୍ପନ୍ନ ହୋଇଥାଏ । ଏହାର ବ୍ୟବହାର ନ୍ୟୁକ୍ଲିୟର ପ୍ଲାଣ୍ଟକୁ ନିୟନ୍ତ୍ରିତ କରିବାକୁ ମଧ୍ୟ କରାଯାଏ ।

ଏକ ସାଧାରଣ ଆଲକାଲାଇନ AA ବ୍ୟାଟେରୀର ଓଜନ ୨୦ ଗ୍ରାମ | ଏହାର ଭିତରେ,ପ୍ରତ୍ୟେକ ଏକ ଗ୍ରାମ ଓଜନରେ ୭୦୦ ଜୁଏଲ୍ ବିଦ୍ୟୁତ୍ ଗଚ୍ଛିତ ହୁଏ | କିନ୍ତୁ ନ୍ୟୁକ୍ଲିୟର ଡାଏମଣ୍ଡ ବ୍ୟାଟେରୀର ଗୋଟିଏ ଗ୍ରାମ ପ୍ରତିଦିନ ୧୫ ଜୁଏଲ୍ ବିଦ୍ୟୁତ୍ ଯୋଗାଇପାରେ | ଏହିପରି କମ୍ ଲାଗୁଛି ସତ | କିନ୍ତୁ ଯଦି ଗୋଟିଏ ଦିନରେ AA ବ୍ୟାଟେରୀ ସମ୍ପୂର୍ଣ୍ଣ ରୂପେ ବ୍ୟବହୃତ ହୁଏ ତେବେ ତାହା ଏକ ଦୁଇ ଦିନରେ ସରିଯିବ । ଡାଏମଣ୍ଡ ବ୍ୟାଟେରୀ କିନ୍ତୁ ସରିବ ନାହିଁ ।

କାର୍ବନ-୧୪ର ଅଧା ଜୀବନ ହେଉଛି ୫୭୩୦ ବର୍ଷ | ଏହାର ଅର୍ଥ ହେଉଛି ଏତେ ବର୍ଷ ମଧ୍ୟରେ ଏହାର ଅଧା ଶକ୍ତି ହରାଇବ | ଭବିଷ୍ୟତରେ ଯଦି ଏହି ସାମଗ୍ରୀର ଶକ୍ତି ଦ୍ବାରା ଏକ ମହାକାଶଯାନ ତିଆରି ହୁଏ, ତେବେ ଆମର ସୌରମଣ୍ଡଳର ନିକଟତମ ପଡୋଶୀ ଆଲ୍ଫା ସେଣ୍ଟୁରିରେ ପହଞ୍ଚିଯିବ | ଯାହା ଆମଠାରୁ ୪.୪ ଆଲୋକ ବର୍ଷର ଦୂରତାରେ ଉପସ୍ଥିତ |

Leave A Reply

Your email address will not be published.