Latest Odisha News

BREAKING NEWS

ମାନବ ମସ୍ତିଷ୍କରେ ରହିଛି କି ବ୍ଲାକ ବକ୍ସ? 

ନୂଆଦିଲ୍ଲୀ: ଆମର ମସ୍ତିଷ୍କ ଏକ ମେମୋରୀ ଚିପ ପରି। ଯେଉଁଥିରେ ଅସୀମିତ ତଥ୍ୟ ସଞ୍ଚୟ ହୋଇପାରିବ। ଯାହା ଆଜୀବନ ସ୍ମୃତି ହୋଇ ରହିଥାଏ।

ବୈଜ୍ଞାନିକମାନେ ଧୀରେ ଧୀରେ ମସ୍ତିଷ୍କର ଏହି ବ୍ଲାକ ବକ୍ସ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା ମାନବ ମସ୍ତିଷ୍କରେ ଥିବା ଏହି ବ୍ଲାକ ବକ୍ସ କ’ଣ ଏବଂ ଏହାର କାର୍ଯ୍ୟ କ’ଣ…

ଅଷ୍ଟ୍ରିଆର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ଏବଂ ମେଡିକାଲ ୟୁନିଭରସିଟିର ରିସର୍ଚ୍ଚରମାନେ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ସେ ମସ୍ତିଷ୍କର ହିପୋକମ୍ପାଲ୍ CA3 ଅଞ୍ଚଳକୁ ବୁଝିବାରେ ଅନେକ ସଫଳତା ମଧ୍ଯ ହାସଲ କରିଛନ୍ତି। ଯାହା ସ୍ମୃତିକୁ ଗଚ୍ଛିତ କରି ରଖିବା ପାଇଁ କାର୍ଯ୍ୟ କରେ। ଏପରିକି ନୂଆ ଜିନିଷଗୁଡ଼ିକୁ ମନେ ରଖିବା ଏବଂ ସ୍ମୃତି ଶକ୍ତି ବୃଦ୍ଧି ପାଇଁ ହିପୋକମ୍ପାଲ୍ ଜଣାଶୁଣା। ତେବେ ଏହାର ସିନେପ୍ଟିକ୍ ସଂଯୋଗ ମସ୍ତିଷ୍କର ସ୍ମୃତି ସଂରକ୍ଷଣ କରିବାର କ୍ଷମତାକୁ ବଢାଇଥାଏ।

ମସ୍ତିଷ୍କର ‘ବ୍ଲାକ ବକ୍ସ’ ଖୋଲିବା ଦ୍ୱାରା ବୈଜ୍ଞାନିକମାନେ ଅନେକ ଜିନିଷକୁ ଭଲ ଭାବରେ ବୁଝିପାରିବେ। ଯେପରିକି ଆମ ମସ୍ତିଷ୍କ କିପରି କାର୍ଯ୍ୟ କରେ ଏବଂ ଏହା କିପରି ବ୍ୟବହାର କରେ। ଏହାର ସାହାଯ୍ୟରେ ସ୍ବାସ୍ଥ୍ଯ ସେବା କ୍ଷେତ୍ରରେ ଚିକିତ୍ସା ଏବଂ ନୂତନ ଟେକ୍ନୋଲୋଜି ବିକଶିତ ହୋଇପାରିବ। ଯେଉଁ କାରଣରୁ ମସ୍ତିଷ୍କ ସମ୍ବନ୍ଧୀୟ ଅନେକ ସମସ୍ୟାର ଚିକିତ୍ସା ସହଜ ମଧ୍ଯ ହୋଇପାରେ। ଅପରପକ୍ଷରେ ମସ୍ତିଷ୍କର ସେହି ଅଂଶଗୁଡ଼ିକୁ ବୁଝିବା ସହଜ ହେବ ଯାହାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ।

Comments are closed.