ନୂଆଦିଲ୍ଲୀ: ୨୬୦୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମିଶସରର ଜଣେ ମହିଳାଙ୍କ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଡିଜିଟାଲ ଚେହେରା ପ୍ରସ୍ତୁତ କରାଯାଇଛି । ୧୮୧୯ରେ ମିଶରର ସବୁଠାରୁ ପୁରାତନ ଶବ ସଂରକ୍ଷଣ ଘରେ ଏହି ମମି ରଖା ଯାଇଥିଲା । ଅଷ୍ଟ୍ରେଲିଆର ଫିଲ୍ଡର୍ସ ୟୁନିଭରସିଟି ଏଫଏପିଏବି ଗବେଷଣା କେନ୍ଦ୍ର ଓ ବ୍ରାଜିଲର ଉଡି ଡିଜାଇନର ସୀରୋ ମୋରିସ ମମିର ସଂଗୃହୀତ ଅଂଶ ଉପରେ ଗବେଷଣା କରି ଥ୍ରୀଡି ଚେହେରା ପ୍ରସ୍ତୁତ କରିଥିଲେ ।
ଉକ୍ତ ମହିଳାଜଣଙ୍କ ଜଣେ ସମ୍ଭ୍ରାନ୍ତ ପରିବାରର ସଦସ୍ୟ ଥିଲେ ବୋଲି ଜଣାପଡିଛି । ସେ ସମୟରେ ସୁନ୍ଦରୀ ମହିଳାମାନଙ୍କ ମଧ୍ୟରେ ସେ ନିଶ୍ଚିତ ଭାବେ ପରିଗଣିତ ହେଉଥିବେ ବୋଲି ଅନୁମାନ କରାଯାଉଛି । ତାଙ୍କ ଦାନ୍ତ ସୁରକ୍ଷିତ ଥିବାରୁ ଗବେଷକମାନଙ୍କୁ ରୂପରେଖା ପ୍ରସ୍ତୁତ କରିବାରେ ସହାୟ ହୋଇଥିଲା ।
Comments are closed.