Latest Odisha News

ସୂର୍ଯ୍ୟ କିରଣକୁ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଖୋଜୁଛନ୍ତି ଉପାୟ

ନ୍ୟୁୟର୍କ: ଦିନକୁ ଦିନ ପୃଥିବୀ ଉତପ୍ତ ହେବାରେ ଲାଗିଛି । ଏହାକୁ ଅସ୍ଥାୟୀ ରୂପରେ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଉପାୟ ଖୋଜିବା ଆରମ୍ଭ କରିଛନ୍ତି । ଏବେ ସୂର୍ଯ୍ୟଙ୍କ କିରଣକୁ କିପରି ପୂନର୍ବାର ମହାକାଶକୁ ପଠାଇ ଯାଇପାରିବ ସେ ନେଇ ବୈଜ୍ଞାନିକମାନେ ପରୀକ୍ଷଣ ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ କ୍ଲାଉଡ ବ୍ରାଇଟନିଂ ମାଧ୍ୟମରେ ସୂର୍ଯ୍ୟକୁ କିରଣକୁ କିଛି ମାତ୍ରାରେ ରୋକାଯାଇ ପାରୁଥିଲା । ଏପ୍ରିଲ ୨ରେ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ସ୍ୟାନଫ୍ରାନ୍ସିକୋରେ ବିମାନବାହକ ଜାହଜ ଉପରେ ଏକ ସ୍ୱତନ୍ତ୍ର ପ୍ରକାରର ବରଫର ମେଶିନ ପରି ଉପକରଣ ଲଗାଇଥିଲେ । ଏହା ଦ୍ରୁତ ଗତିରେ ଆକାଶରେ ଲବଣ କଣିକାର ଧୂଆଁ ଛାଡିବ । ଏହି ପ୍ରୟୋଗକୁ ସିଏଏଆରଇ ନାମକ ଏକ ଗୁପ୍ତ ପରିଯୋଜନା ମାଧ୍ୟମରେ କରାଯାଇଥିଲା ।

ବାଦଲକୁ ଦର୍ପଣ ଶୈଳୀରେ ବ୍ୟବହାର କରି ସୂର୍ଯ୍ୟ କିରଣକୁ ପ୍ରତିବିମ୍ବିତ କରିବା ଏହାର ଲକ୍ଷ୍ୟ ଥିଲା । ଏହା କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି । ୧୯୯୦ରେ ବ୍ରିଟେନର ବୈଜ୍ଞାନିକ ଜନ ଲାଥମ ଏହାକୁ ପ୍ରସ୍ତୁତ କରିଥିଲେ । ଏବେ ଏହି ପରୀକ୍ଷଣକୁ ଅତ୍ୟାଧୂନିକ ଶୈଳୀରେ ପୂନର୍ବାର ଆରମ୍ଭ କରାଯାଇଛି । କାର୍ବନ ଡାଇ ଅକ୍ସାଇଡ ଦ୍ୱାରା ସୃଷ୍ଟି ହେଉଥିବା ଗ୍ଲୋବାଲ ୱାର୍ମିଂ ଏବେ ବଡ ସମସ୍ୟା ଭାବେ ଉଭା ହୋଇଛି ।

Comments are closed.