Latest Odisha News

BREAKING NEWS

ପୃଥିବୀର ଗଭୀରତାରେ ଜୀବନ ଖୋଜୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବିିଭିନ୍ନ ଦେଶର ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ କରୁଛନ୍ତି । ଏ ନେଇ ଭିନ୍ନ ଭିନ୍ନ ତଥ୍ୟ ସମ୍ମୁଖକୁ ଆସୁଛି । ମହାକାଶରେ ଜୀବନର ସତା ଥିବା ନେଇ ବୈଜ୍ଞାନିକମାନେ ଆଶା ରଖିଛନ୍ତି । ଇତି ମଧ୍ୟରେ ଚୀନ ଏବଂ କାନାଡାର ବୈଜ୍ଞାନିକମାନେ ପୃଥିବୀର ଗଭୀରତାରୁ ଜୀବନ ସନ୍ଧାନ କରିବା ଆରମ୍ଭ କରିଛନ୍ତି । ଯେଉଁ ସ୍ଥାନରେ ଏବେ ବି ସୂର୍ଯ୍ୟଙ୍କ କିରଣ ପଂହଚିନି ସେଠାରେ ବି ଜୀବନ ରହିଛି । ଗବେଷକଙ୍କ କହିବା ଅନୁସାରେ ଚଟାଣ ଓ ପାଣି ମଧ୍ୟରେ ବି ଊର୍ଜା ରହିଛି ।

ଭୂକମ୍ପୀୟ ଗିତିବିଧୀ ବେଳେ ଏହି ଦୂନିଆର ଜୀବଙ୍କୁ ଶକ୍ତି ଏବଂ ବଂଚିରହିବା ପାଇଁ ଆବଶ୍ୟକୀୟ ଉପାଦାନ ମିଳିଥାଏ । ମାଟି ତଳେ ଥିବା ଚଟାଣ ଭାଙ୍ଗିବା ମାତ୍ରେ ଏହା ପାଣି ସମ୍ପର୍କରେ ଆସି ରାସାୟନିକ ପ୍ରକ୍ରିୟା ସୃଷ୍ଟି କରିଥାଏ । ଏଥିରୁ ଜଳ ଅଣୁ ବିଭାଜିତ ହୋଇଥାଏ ଏବଂ ଉଦଯାନ ଓ ଅମ୍ଳଜାନ ଗ୍ୟାସ ଉତ୍ପନ୍ନ ହୋଇଥାଏ । ଯାହାକି ଜୀବନ ପ୍ରକ୍ରିୟା ଆରମ୍ଭ କରିଥାଏ । ପ୍ରଶାନ୍ତ ମହାସାଗର ତଳେ ଏହାର ସମ୍ଭାବନା ସୃଷ୍ଟି ହୋଇଛି । ଗଭୀରତାରେ ବି ଏକ ଦୁନିଆ ବସି ରହିଛି ତାହା ବୈଜ୍ଞାନିକଙ୍କୁ ବେଶ ରୋମାଂଚିତ କରିଛି । ଆଗାମୀ ଦିନରେ ଏ ନେଇ ଅନେକ ନୂତନ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

Comments are closed.