Latest Odisha News

BREAKING NEWS

ବୈଜ୍ଞାନିକମାନେ ଖୋଜି ବାହାର କଲେ ନୂଆ ବ୍ଲଡ ଗ୍ରୁପ

ନୂଆଦିଲ୍ଲୀ: ୧୯୭୨ରେ ଏକ ଗର୍ଭବତୀ ମହିଳାଙ୍କ ଶରୀରର ରକ୍ତରେ ଏ ଭଳି କିଛି ଅଭାବ ରହିଥିଲା ଯାହାକି ସେ ସମୟରେ ଡାକ୍ତରମାନେ ଜାଣି ପାରି ନ ଥିଲେ । ୫୦ ବର୍ଷର ଦୀର୍ଘ ପରୀକ୍ଷଣ ପରେ ସେମାନେ ନୂତନ ବ୍ଲଡ ଗ୍ରୁପ ଖୋଜି ବାହାର କରିଛନ୍ତି । ଏହାର ନାମ ଏମଏଏଲ ରଖାଯାଇଛି । ବ୍ରିଟେନ ଓ ଇସ୍ରାଏଲର ବୈଜ୍ଞାନିକମାନେ ମିଳିତ ଭାବେ ଏହା ଉପରେ ଗବେଷଣା କରିଥିଲେ । ନ୍ୟାଶନାଲ ହେଲଥ ସର୍ଭିସର ହେମେଟୋଲିଷ୍ଟ ଲୁଇଓ ଟିଲୀ ଏହା ଏକ ବହୁତ ବଡ ଉପଲବ୍ଧି ବୋଲି କହିଛନ୍ତି । ରକ୍ତ ଦିଆଯିବା ପରେ ରୋଗୀର ଶରୀରରେ ଥିବା ରକ୍ତ ସମୂହ ସହ ଏହା ମିଶିବା ଜରୁରୀ । ୯୯.୦୯ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ ଏଏନଡବ୍ଲ୍ୟୁଜେ ଆଂଟିଜେନ ରହିଥାଏ ।

୧୯୭୨ର ଗର୍ଭବତୀ ରୋଗୀ ନିକଟରେ ଏହାର ଅଭାବ ଥିଲା । ଯେଉଁ ବ୍ୟକ୍ତିଙ୍କ ଏମଏଏଲ ଜିନରେ ମ୍ୟୁଟେଶନ ହୋଇଥାଏ ସେଠାରେ ରକ୍ତ ଏଏନଡବ୍ଲ୍ୟୁଜେ ନକାରାତ୍ମକ ହୋଇ ଯାଇଥାଏ । ଏବେ ଏହି ନୂତନ ବ୍ଲଡ ଗ୍ରୁପ ଆଗକୁ ଅନେକ ରୋଗୀଙ୍କ ଜୀବନ ବଂଚାଇ ପାରିବ । ସାଧାରଣତଃ ଏହି ରକ୍ତ ସମୂହ ମାଇଲିନ ଓ ଲିମ୍ଫୋସାଇଟ ପ୍ରୋଟିନ ଉପରେ ଆଧାରିତ ହୋଇଥାଏ । ଏନଏନଡବ୍ଲ୍ୟୁଜେ ଆଂଟିଜେନ ଅନୁପସ୍ଥିତରେ ଏମଏଏଲ ରକ୍ତ ସମୂହକୁ ଚିହ୍ନଟ କରାଯାଇଥାଏ ।

Comments are closed.