Latest Odisha News

BREAKING NEWS

ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ; ମିଳିତ ଜାତିସଂଘର ମୌଳିକ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ଆଜି ରୁଷିଆରେ ଆୟୋଜିତ SCOର ଭର୍ଚୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଏହା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ମୁହାଁମୁହିଁ ହୋଇଥିଲେ। ଏହି ବୈଠକ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଏସସିଓର ଦକ୍ଷ ନେତୃତ୍ୱ ପାଇଁ ଏବଂ କରୋନାର କଠିନ ପରିସ୍ଥିତି ପରେ ବି ଏହି ବେଠକର ଆୟୋଜନ କରାଯାଇଥିବାରୁ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ। ଏସସିଓରେ ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିବାକୁ ଯାଉଛୁ। ଏହି ବୈଠକ ପାଇଁ ଏକ ବିସ୍ତୃତ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଅର୍ଥନୈତିକ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ଆତ୍ମନିର୍ଭରଶୀଳ ଭାରତ ବିଷୟରେ ସେ କହିଛନ୍ତି ଯେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣରୁ ଆମେ ଆଗକୁ ବଢୁଛୁ। ମୁଁ ନିଶ୍ଚିତ ଯେ ଏକ ଆତ୍ମନିର୍ଭରଶୀଳ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ଏକ ଶକ୍ତି ଗୁଣକ ବୋଲି ପ୍ରମାଣିତ କରିବ ଏବଂ ଏସସିଓ କ୍ଷେତ୍ରକୁ ଆର୍ଥିକ ଗତି ଯୋଗାଇବ।

ଚୀନ୍‌କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏସସିଓ କ୍ଷେତ୍ର ସହ ଭାରତର ଘନିଷ୍ଠ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ରହିଛି। ଆମର ପୂର୍ବପୁରୁଷମାନେ ଏହାକୁ ଜୀବନ୍ତ ରଖିଥିଲେ। ଭାରତ ବିଶ୍ବାସ କରେ ଯେ ସଂଯୋଗକୁ ଆହୁରି ମଜଭୁତ୍‌ କରିବାକୁ ହେଲେ ଏକତାର ଭାବନା ସହିତ ଆଗକୁ ବଢିବା ଉଚିତ୍।

ଜାତିସଂଘ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମିଳିତ ଜାତିସଂଘ ଏହାର ୭୫ ବର୍ଷ ପୂରଣ କରିଛି। କିନ୍ତୁ ମିଳିତ ଜାତିସଂଘର ମୌଳିକ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ। ମହାମାରୀର ଅର୍ଥନୈତିକ ଏବଂ ସାମାଜିକ ଯନ୍ତ୍ରଣା ଭୋଗୁଥିବା ବିଶ୍ୱରେ ଜାତିସଂଘର ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଆମ ଶାସ୍ତ୍ରରେ କୁହାଯାଇଛି ଯେ ପରିବର୍ତ୍ତନ ହେଉଛି ଏକମାତ୍ର ସ୍ଥିର।

 

Leave A Reply

Your email address will not be published.