Latest Odisha News

ସନ୍ଧ୍ୟା ସୁଦ୍ଧା ବାହାରିବ ଉପନିର୍ବାଚନ ଫଳାଫଳ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଆଗେଇ ଚାଲିଛି ଭୋଟ ଗଣତି । ସନ୍ଧ୍ୟା ସୁଦ୍ଧା ସରିଗ ଗଣତି ଏବଂ ବହାରିବ ଫଳାଫଳ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତିର୍ତ୍ତୋଲରେ ୧୨ ରାଉଣ୍ଡ ଓ ବାଲେଶ୍ୱରରେ ୧୨ ରାଉଣ୍ଡ ଗଣତି ସରିଛି । ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାଶ ଆଗରେ ରହିଛନ୍ତି ତାଙ୍କ ସହ ନିକଟତମ ପ୍ରତିନ୍ଦ୍ୱନ୍ଦୀ ଭାବେ ବିଜେପିର ରାଜକିଶୋର ବେହେରା ଫାଇଟ କରୁଛନ୍ତି । ସେହିପରି ବାଲେଶ୍ୱରରେ ବି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ଆଗରେ ରହିଛନ୍ତି ।

ତେବେ ସନ୍ଧ୍ୟା ସୁଦ୍ଧା ସରିବ ଗଣତି, ବାହାରିବ ଫଳାଫଳ । କୋଭିଡ ଗାଇଡଲାଇନ ମାନି କାଉଣ୍ଟିଙ୍ଗ ହେଉଥିବାରୁ ବିଳମ୍ବ ହେଉଛି । ୧୪ଟି ଟେବୁଲରେ ଗଣତି ହୋଇ ଗୋଟିଏ ରାଉଣ୍ଡ ଫଳ ବାହାରୁଛି । ସାମାଜିକ ଦୂରତା ମାନି ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ ସହ ଗଣତି ଚାଲୁଥିବାରୁ ବିଳମ୍ବ ହେଉଛି । ମାତ୍ର ସନ୍ଧ୍ୟା ସୁଦ୍ଧା ଫଳ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Leave A Reply

Your email address will not be published.