Latest Odisha News

BREAKING NEWS

କାଇରୋରେ ବିଷାକ୍ତ ବିଛାଙ୍କ ଆକ୍ରମଣ: ୩ ମୃତ, ୫୦୦ରୁ ଅଧିକ ଅସୁସ୍ଥ

କାଇରୋ: ମିଶରରେ ପ୍ରବଳ ଝଡ ତୋଫାନ ଲାଗି ରହିଛି । ଏଥିରୁ ବର୍ତିବା ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ସମଗ୍ର ସହରରେ ବିଛା ଆକ୍ରମଣ ବୃଦ୍ଧି ପାଇଛି । ଏହି ବିଷାକ୍ତ ବିଛା କାମୁଡିବା ଯୋଗୁ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦୦ରୁର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଛନ୍ତି । ଲୋକମାନଙ୍କ ଘରେ ଏହା ପସି ଯାଉଥିବାରୁ ଚିନ୍ତାର କାରଣ ସାଜିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

ବିଷାକ୍ତ ବିଛା କାମୁଡିବାର ୧ ଘଂଟା ମଧ୍ୟରେ ଚିକିତ୍ସା କରା ନ ଗଲେ ରୋଗୀ ମରିବା ଏକପ୍ରକାର ନିଶ୍ଚିତ । ପାହାଡିଆ ଏବଂ ଜଙ୍ଗଲ ପାଖାପାଖି ଅଂଚଳରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଚେତାଇ ଦିଆଯାଇଛି ।

Leave A Reply

Your email address will not be published.