Latest Odisha News

ଇଟାଲୀକୁ ହରାଇଲା ସ୍କଟଲାଣ୍ଡ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସ୍କଟଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଇଟାଲୀ ବିପକ୍ଷ ମ୍ୟାଚରେ ସ୍କଟଲାଣ୍ଡ ୭୩ ରନରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୦୭ ରନ କରିଥିଲା । ଜର୍ଜ ମୁନସେ ୮୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ବ୍ରେଣ୍ଡନ ମ୍ୟାକମୁଲେନ ୪୧ ରନ କରି ଅପରାଜିତ ରହିଥିଲେ । ଜବାବରେ ଇଟାଲୀ ୧୭.୪ ଓଭରରେ ୯ ୱିକେଟ ବିନିମୟରେ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା । ୱେନ ମ୍ୟାଡେସେନ ବ୍ୟାଟିଂ କରିବାକୁ ଆସି ନ ଥିଲେ । ବେନ ମାନତୀ ୫୨ ରନ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।

ମାଇକେଲ ଲିସକ ୧୭ ରନରେ ୪ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଚଳିତ ଟି୨୦ ବିଶ୍ୱକପରେ ବର୍ତମାନ ସୁଦ୍ଧା ସ୍କଟଲାଣ୍ଡ ସର୍ବାଧିକ ରନ ସଂଗ୍ରହ କରିଛି । ପ୍ରଥମ ମ୍ୟାଚରେ ସ୍କଟଲାaଣ୍ଡ ୩୫ ରନରେ ୱେଷ୍ଟଇଣ୍ଡିଜ ନିକଟରୁ ପରାଜିତ ହୋଇଥିଲା । ସୂଚନାଯୋଗ୍ୟ ଏହା ଇଟାଲୀର ପଦାର୍ପଣ ଟି୨୦ ବିଶ୍ୱକପ ।

Leave A Reply

Your email address will not be published.