Latest Odisha News

BREAKING NEWS

ଡାକ୍ତର-ରୋଗୀ ପିଟାପିଟି, ହସ୍ପିଟାଲ ଭିତରେ ହାଇଡ୍ରାମା

ଧର୍ମଗଡ଼ (କଳାହାଣ୍ଡି): ହସ୍ପିଟାଲ ଭିତରେ ପିଟାପିଟି । ରୋଗୀ-ଡାକ୍ତର କଳି । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ରୋଗୀଙ୍କୁ ନିସ୍ତୁକ ପିଟିଲେ ଡାକ୍ତର । ହସ୍ପିଟାଲ ବାହାରେ ଓ ଭିତରେ ପିଟାପିଟି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ହସ୍ପିଟାଲରେ ।

ଚିକିତ୍ସାକୁ ନେଇ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କ ଭିତରେ ଏଭଳି ହାଇଡ୍ରାମା ଚାଲିଥିଲା । ହାତ ଓ ଗୋଡ଼ରେ ବିଧା, ଗୋଇଠା ମାଡ଼ ସାଙ୍ଗକୁ ବାଡିରେ ବି ପିଟିଥିଲେ ଡାକ୍ତର । ରୋଗୀ ବି ପ୍ରତି ଆକ୍ରମଣ କରିଥିଲେ । ଦୁହେଁ ଦୁହିଁଙ୍କୁ ପିଟିଥିଲେ । ଲୋକ ସାଜିଥିଲେ ଦେଖଣାହାରୀ । ବେଶ କିଛି ସମୟ ହସ୍ପିଟାଲ ପରିସରରେ ଏଭଳି କାଣ୍ଡ ଚାଲିଥିଲା । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗତକାଲି ବିଳମ୍ବିତ ରାତିରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏହି ଘଟଣା ଘଟିଥିଲା । ଜଣେ ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ । ସେତେବେଳେ ଡାକ୍ତର ଡିୟୁଟିରେ ନଥିଲେ । ଡାକ୍ତର କୁଆଡ଼େ ଗଲେ ବୋଲି ପଚାରିଥିଲେ । ପାଟିତୁଣ୍ଡ କରିବା ପରେ ମେଡିସିନ ଖାଇ ଡାକ୍ତରଖାନାରେ ବସିଥିଲେ ରୋଗୀ ।

ଅଭିଯୋଗ ହୋଇଛି, କିଛି ସମୟ ପରେ ଡାକ୍ତର ଆସି କାହିଁକି ହସ୍ପିଟାଲ ଭିତରେ ପାଟିତୁଣ୍ଡ କରୁଛ କହି ରୋଗୀଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ନେଇଥିଲା ଉଗ୍ର ରୂପ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଉଭୟ ପକ୍ଷରୁ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Comments are closed, but trackbacks and pingbacks are open.