Latest Odisha News

BREAKING NEWS

Cyclone Akvan:ଅଶାନ୍ତ ସମୁଦ୍ର;ଆନ୍ଧ୍ର ଫେରି ନପାରି ଆର୍ଯ୍ୟପଲ୍ଲୀରେ ଆଶ୍ରୟ ନେଲେ ୧୦ରୁ ଅଧିକ ଟ୍ରଲର

ଛତ୍ରପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରପ୍ରଦେଶର ୧୦ରୁ ଅଧିକ ମାଛଧରା ଟ୍ରଲର। ଏବେ ବାତ୍ୟା ଅକଭାନ୍ ପାଇଁ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ଅଶାନ୍ତ ହେତୁ ସେମାନେ ନିଜ ଅଞ୍ଚଳକୁ ଫେରିପାରି ନଥିଲେ । କାକିନାଡ଼ା ଅଞ୍ଚଳର ଏହି ଟ୍ରଲରଗୁଡ଼ିକ ନିଜ ଅଞ୍ଚଳକୁ ଫେରି ନପାରି ଆର୍ଯ୍ୟପଲ୍ଲୀରେ ଆଶ୍ରୟ ନେଇଛନ୍ତି। ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଜେଟିକୁ ଅଣାଯାଇଛି। ସାଗର ମିତ୍ରମାନେ ସେମାନଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରୁଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଏହା ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ପୂର୍ବାନୁମାନ କରଛି।

ସେପଟେ ପ୍ରସିଦ୍ଧ ପର୍ଯ୍ୟଟନ ଓ ମତ୍ସ୍ୟଜୀବୀ କ୍ଷେତ୍ର ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଏବେ ସମୁଦ୍ରର ରୂପ ଅତ୍ୟନ୍ତ ଭୟଭୀତ ଓ ଅଶାନ୍ତ ହୋଇପଡ଼ିଛି । ସମୁଦ୍ରରେ ଏବେ ବଡ଼ ବଡ଼ ଜୁଆର କୂଳ ଲଙ୍ଘିବା ସହ କୂଳ ଉପରେ ଭୀଷଣ ଭାବରେ ମାଡ଼ ହେଉଛି । ସମୁଦ୍ର ଅଶାନ୍ତ ଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ତିନି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବାରଣ କରାଯାଇଛି । ଏପରିକି ମସ୍ୟଜୀବୀଙ୍କୁ ମଧ୍ୟ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି ।

ସେପଟେ ଆସନ୍ତା ୧୯,୨୦,୨୧ ତିନିଦିନ ବନ୍ଦ ରହିବ ହବିଷ୍ୟାଳିଙ୍କ ଜଗନ୍ନାଥ ଦର୍ଶନ, ଗୁଣ୍ଡିଚା ମନ୍ଦିର। ଏଥିସହ ଚିଲିକାରେ ଜଳଯାତ୍ରା ବନ୍ଦ ରହିବ। ଆଜିଠାରୁ ପୁରୀ, ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।

Leave A Reply

Your email address will not be published.