Latest Odisha News

BREAKING NEWS

କିଶୋର ଭାଇନାଙ୍କ ହୋଟେଲ୍ ଉଚ୍ଛେଦ କଲା ବିଏମସି, ସିଲ୍ ପରେ ପୁଣି ଖୋଲି କରୁଥିଲେ ବେପାର

ଭୁବନେଶ୍ୱର: ଖାଦ୍ୟ ସହ ଖେଳନି । ଲୋକଙ୍କୁ ଖରାପ ଖାଇବା ଦିଅନି । ସ୍ୱଚ୍ଛ, ସୁସ୍ଥ ପରିବେଶରେ ରାନ୍ଧ ଓ ଲୋକଙ୍କୁ ଖାଇବାକୁ ଦିଅ । ନତେଚ୍ ଆପଣଙ୍କ ହୋଟେଲରେ ବି ରେଡ୍ କରିବ ବିଏମସି । ପ୍ରଥମେ ସିଲ୍ ପରେ ନ ମାନିଲେ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲରେ ବୁଲଡୋଜର ବୁଲାଇ ଏମିତି କଡ଼ା ସନ୍ଦେଶ ଦେଇଛି ବିଏମସି ।

BjdElectrycity

ବୁଧବାର ବିଏମସିର ଫୁଡ୍ ସେଫ୍ଟି ଟିମ୍ କିଶୋର ଭାଇନାଙ୍କ ହୋଟେଲର ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିଏମସି ଅଧିକାରୀଙ୍କ ହାତରେ ଲାଗିଥିଲା ପଚା କଙ୍କଡ଼ା ସାଙ୍ଗକୁ ଏକ୍ସପାରୀ ସସ୍ ଓ ପୁଳା ପୁଳା ନକଲି ରଙ୍ଗ । ଅସ୍ୱାସ୍ଥ୍ୟକର ପରିବେଶରେ କିଶୋର ଭାଇନା ୨୦୦ କେଜି ମଟନ୍ ରାନ୍ଧୁଥିଲେ ପ୍ରତିଦିନ । ଯାହାପରେ ବିଏମସି କିଶୋର ଭାଇନାଙ୍କ ଖାଦ୍ଯ ପଞ୍ଜିକରଣ ଲାଇସେନ୍ସ ବାତିଲ୍ କରିବା ସହ ଜରିମାନା କରିଥିଲା ।

ବିଏମସିର କାର୍ଯ୍ୟାନୁଷ୍ଠାନ ପରେ ବି ଶୁଣି ନଥିଲେ କିଶୋର ଭାଇନା । ପୁଣି ସବୁଦିନ ଭଳି ଗୁରୁବାର ହୋଟେଲ ଖୋଲି ଥିଲେ । ଆଉ ଯାହା ପରେ ଆଜି ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଜବରଦଖଲରେ ହୋଇଥିବା କିଶୋର ଭାଇନାଙ୍କ ହୋଟେଲରେ ବୁଲଡୋଜର ବୁଲାଇଛି । ସରକାରୀ ଜାଗାରେ ଥିବା କିଶୋର ଭାଇନାଙ୍କ ହୋଟେଲକୁ ଉଚ୍ଛେଦ କରିଛି ବିଏମସି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଷ୍ଟ୍ରିଟ୍ ଫୁଡ୍ ଲାଇସେନ୍ସ ନେଇ କିଶୋର ଭାଇନା ହୋଟେଲ ଚଳାଉ ଥିଲେ । ଯେଉଁଥି ପାଇଁ ସେ ମାତ୍ର ୧୦୦ ଟଙ୍କା ଟିକସ ଦେଉଥିଲେ । ବିଏମସିର ସ୍ୱାସ୍ଥ୍ୟ ଓ ସାନିଟାଇଜେସନ୍ ଅଧିକାରୀ ଡକ୍ଟର ଦୀପକ କୁମାର ବିଶୋଇଙ୍କ ଅନୁସାରେ, କିଶୋରଙ୍କ ହୋଟେଲ ପଞ୍ଜିକୃତ । କିନ୍ତୁ ତାଙ୍କ ପାଖରେ ପରିଚାଳନା ପାଇଁ ଲାଇସେନ୍ସ ନଥିଲା ।

Leave A Reply

Your email address will not be published.