Latest Odisha News

BREAKING NEWS

ମାତ୍ର ୨୨ ହଜାର ଟଙ୍କାରେ ଫରେନ୍ ଟ୍ରିପ୍ !

କରୋନା ଭାଇରସ ଯୋଗୁଁ ବିଗତ 2 ବର୍ଷ ହେବ ଲକ୍ ଡାଉନ ଚାଲିଥିଲା। ଲୋକେ ଘରେ ରହି ବିରକ୍ତି ହେଲେ। ଏବେ କିନ୍ତୁ ଲକ୍ ଡାଇନ ନାହିଁ, ଲୋକେ ବିଦେଶ ବୁଲିବାକୁ ଚାହୁଁଥିଲେ ହେଁ ମାତ୍ରାଧିକ ଟଙ୍କା ଖର୍ଚ୍ଚ ଯୋଗୁଁ ଯୋଜନା ଠପ୍ କରୁଛନ୍ତି। ପୂର୍ବରୁ ଏପରି ଏକ ସମୟ ଥିଲା ଯେତେବେଳେ ବିଦେଶ ଭ୍ରମଣ ଏକ ସ୍ୱପ୍ନଠାରୁ କମ୍ ନଥିଲା। କିନ୍ତୁ ଆଜିକାଲି ବିଦେଶ ଭ୍ରମଣ କରିବା ବହୁତ ସହଜ ହୋଇଯାଇଛି। ଲୋକେ ଭାରତରୁ ଶସ୍ତାରେ ଅନ୍ୟ ଦେଶକୁ ଯାତ୍ରା କରିପାରିବେ। କେଉଁ ଦେଶକୁ ଆପଣ ଯାତ୍ରା କରିପାରିବେ ଏବଂ ଶସ୍ତାରେ ଯାତ୍ରା ସଂପୂର୍ଣ୍ଣ ହେବ ଆସନ୍ତୁ ଜାଣିବା…

ମାଲେସିଆ ବଡ ଏବଂ ସୁନ୍ଦର ଅଟ୍ଟାଳିକା ପାଇଁ ପ୍ରସିଦ୍ଧ। ଏହି ଦେଶ ଶସ୍ତା ଯାତ୍ରା ପାଇଁ ପ୍ରସିଦ୍ଧ। ଯଦି ଏଠାକୁ ଯିବାକୁ ବିମାନ ଟିକେଟ ସ୍ମାର୍ଟ ଭାବରେ ବୁକ୍ କରନ୍ତି, ତେବେ ଭାରତରୁ ଏହାର ରାଉଣ୍ଡ ଟିକେଟ୍ ମାତ୍ର 22 ହଜାର ଟଙ୍କାରେ ବୁକ୍ ହୋଇପାରିବ। ଏଠାରେ ଥିବା କୁଆଲାଲମ୍ପୁର ଏକ ଲୋକପ୍ରିୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ।

ନେପାଳର ରାଉଣ୍ଡ ଟିକେଟ୍ ମାତ୍ର 14 ହଜାର ଟଙ୍କାରେ ଶେଷ ହୋଇପାରିବ। ଭାରତର ଏହି ପଡୋଶୀ ଦେଶକୁ ଭାରତୀୟମାନଙ୍କର ଏକ ପ୍ରସିଦ୍ଧ ତଥା ପ୍ରିୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟ କୁହାଯାଏ। ଏହାର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ବୈଦନାଥ ସ୍ତୁପ, ଦରବାର ସ୍କୋୟାର ଏବଂ ମଙ୍କି ଟେମ୍ପଲ୍ ନାମ ଅନ୍ତର୍ଭୁକ୍ତ।

ଥାଇଲ୍ୟାଣ୍ଡ ଭାରତୀୟମାନଙ୍କର ଏକ ପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବରେ ପରିଗଣିତ ହୁଏ। ଆପଣ ଏହି ଦେଶକୁ ଶସ୍ତା ମୂଲ୍ୟରେ ବିମାନ ଟିକେଟ ବୁକ୍ କରିପାରିବେ। ଏହାର ରାଉଣ୍ଡ ଟିକେଟ୍ ପ୍ରାୟ 22 ହଜାର ଟଙ୍କାରେ ବୁକ୍ ହୋଇପାରିବ। ଏଠାରେ ଅନେକ ସୁନ୍ଦର ବେଳାଭୂମି ଅଛି ଏବଂ ଏଠାରେ ମିଳୁଥିବା ସାମୁଦ୍ରିକ ଖାଦ୍ୟ ଭାରି ସ୍ୱାଦିଷ୍ଟ। ଭଗବାନ ବୁଦ୍ଧଙ୍କ ଅନେକ ମନ୍ଦିର ମଧ୍ୟ ଏଠାରେ ରହିଛି।

ଭିଏତନାମ ଭାରତରୁ ସବୁଠାରୁ ଶସ୍ତା ବିଦେଶୀ ଯାତ୍ରା। ଏହି ଦେଶରେ ସୁନ୍ଦର ବେଳାଭୂମି, ନଦୀ ଏବଂ ମନ୍ଦିରରେ ପରିପୂର୍ଣ୍ଣ। ଯଦି ଦେଖାଯାଏ, ଏହାର ରାଉଣ୍ଡ ଟିକେଟ୍ 23 ହଜାର ଟଙ୍କାରେ ବୁକ୍ ହୋଇପାରିବ। ଏହି ଦେଶକୁ ଯାଇ ପର୍ଯ୍ୟଟକମାନେ ସ୍ପା ଉପଭୋଗ କରନ୍ତି।

Leave A Reply

Your email address will not be published.