Latest Odisha News

BREAKING NEWS

ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା: କଲେଜ ଯାଉଥିବା ବେଳେ ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଲିଜା ଧୁରିଆ ସାଇକେଲରେ ଯିବା ବେଳେ ଏକ ହାଇଡ୍ରା ମେସିନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲିଜାଙ୍କ ମୃତ୍ୟୁ ହୋଇଛି ।

ଲିଜାଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି । ମୃତ ଛାତ୍ରୀ ଲିଜା ଧୁରଆଙ୍କ ଘର ଜମିଦାର ପଡ଼ା ବୋଲି ଜଣାପଡ଼ିଛି । ଉତ୍ତେଜନା ଲାଗି ରହିଥିବାରୁ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ତହସିଲଦାର ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ରାସ୍ତା ଖରାପ ହୋଇ ପଡ଼ିଥିବା ବେଳେ କାମ ବିଳମ୍ବ ହେଉଛି । ଫଳରେ ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି ।

Leave A Reply

Your email address will not be published.