Latest Odisha News

BREAKING NEWS

କରୋନା ସଂକ୍ରମଣରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ପରଲୋକ

ଜୋହାନ୍ସବର୍ଗ: ବିଶ୍ୱର ଖ୍ୟାତିସମ୍ପନ୍ନ ଭାଇରସ ସମ୍ବନ୍ଧୀୟ ବୈଜ୍ଞାନିକ ଗୀତା ରାମଜୀଙ୍କ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହୋଇଛି । ସେ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ସାଉଥ ଆଫ୍ରିକୀୟ ଯିଏକି କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସାଉଥ ଆଫ୍ରିକାରେ ଏଯାଏଁ କରୋନାଭାଇରସ ଯୋଗୁଁ ୫ଜଣଙ୍କ ମୃତ୍ୟୁ ହୋଇଛି ।

୫୦ ବର୍ଷୀୟା ରାମଜୀ ଜଣେ ଷ୍ଟେଲାର ଭ୍ୟାକସିନ ବୈଜ୍ଞାନିକ ଏବଂ ଏଚଆଇଭି ପ୍ରତିରୋଧୀ ଅନୁସନ୍ଧାନର ମୁଖ୍ୟ । ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ । କିନ୍ତୁ ତାଙ୍କ ପାଖରେ କୋଭିଡ-୧୯ର କୌଣସି ଲକ୍ଷଣ ଦେଖାଯାଇ ନଥିଲା ।

ଗୀତା ରାମଜୀ ସାଉଥ ଆଫିକୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଏସଏଏମଆରସି)ର କ୍ଲିନିକାଲ ଟ୍ରାଏଲ ୟୁନିଟ ପ୍ରିନ୍ସିପାଲ ଇନଭେଷ୍ଟିଗେଟର ଓ ଏଚଆଇଭି ପ୍ରତିରୋଧୀ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ ।

ଏସଏଏମଆରସିର ଅଧ୍ୟକ୍ଷ ତଥା ସିଇଓ ଗ୍ଲେଣ୍ଡା ଗ୍ରେ କହିଛନ୍ତି, “ଆମେ ଦୁଃଖିତ ହୋଇ ସୂଚନା ଦେଉଛୁ ଯେ, ଆଜି ହସ୍ପିଟାଲରେ ଗୀତା ରାମଜୀଙ୍କ ନିଧନ ହୋଇଛି ।”

Leave A Reply

Your email address will not be published.