Latest Odisha News

BREAKING NEWS

କୋଭିଡ-୧୯; ୫ଦିନ ପରେ ଘରକୁ ଫେରିଲେ ଡାକ୍ତର, ଜାଣନ୍ତୁ କ’ଣ ଘଟିଲା ତାଙ୍କ ପରିବାର ସହ ?

ଭୋପାଳ: ୫ ଦିନ ପରେ ଘରକୁ ଫେରିଥିଲେ ଡାକ୍ତର ଦେହାରିଆ । ହେଲେ ଘର ଭିତରକୁ ଯିବା ପରିବର୍ତ୍ତେ ବାହାରୁ ହିଁ ହସ୍ପିଟାଲକୁ ଫେରିଯାଇଥିଲେ । ମଧ୍ୟପ୍ରଦେଶ ଭୋପାଳରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚା ସାଉଣ୍ଟିଛି ।

କରୋନାଭାଇରସ୍ ଆକ୍ରମଣର ଜବାବ ଦେବା ପାଇଁ ସାରା ଦେଶର ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗେଇଦେନ୍ତି । ବିନା ବ୍ରେକରେ ଅନବରତ କାମ କରିଚାଲିଛନ୍ତି । ଏପରିକି ନିଜ ପରିବାର ସହ ବି ସେମାନେ କଥାବାର୍ତ୍ତ। ହୋଇପାରିନଥାନ୍ତି ।

ଭୋପାଳ ହସ୍ପିଟାଲ୍‌ର ମୁଖ୍ୟ ମେଡିକାଲ ଓ ହେଲଥ ଅଫିସର ଡା.ସୁଧୀର ଦେହାରିଆ । ସମସ୍ତ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି । ମୁଖ୍ୟ ମେଡିକାଲ ଅଫିସର ହୋଇଥିବାରୁ ଜିଲ୍ଲାର ସମସ୍ତ ଭାର ତାଙ୍କ ଉପରେ ନ୍ୟସ୍ତ ।

କରୋନା ବିରୋଧୀ ଲଢେଇରେ ଡା.ସୁଧୀର ଏତେ ବ୍ୟସ୍ତ ଥିଲେ ଯେ, ୫ଦିନ ପରେ ସେ ନିଜ ଘରକୁ ଫେରିଥିଲେ । ହେଲେ ନିଜ ଦାୟୀତ୍ୱବୋଧକୁ ବିଚାର କରି ଘର ଭିତରକୁ ନ ଯାଇ ମୁଖ୍ୟଦ୍ୱାର ଠାରୁ ୫ ଫୁଟ୍‌ ଦୂରରେ ବସିଥିଲେ । ବାହାରେ ବସି ଚା’ ପିଇଥିଲେ, ଘରର ହାଲଚାଲ ପଚାରି ପୁଣିଥରେ ଡାକ୍ତରଖାନାକୁ ଫେରିଯାଇଥିଲେ ।

ଏହି ଘଟଣା ଜଣାପଡିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍ ଟୁଇଟ୍ ଜରିଆରେ ତାଙ୍କ ଦାୟୀତ୍ୱବୋଧ ମନୋଭାବକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.