Latest Odisha News

BREAKING NEWS

ମାର୍ଚ୍ଚ ୩୧ ସୁଦ୍ଧା ଯୋଡି ନିଅନ୍ତୁ ଆଧାର-ପାନ ଲିଙ୍କ; ନ କଲେ ଅକାମୀ ହୋଇଯିବ ପାନ ନମ୍ବର

ନୂଆଦିଲ୍ଲୀ: ପାନ-ଆଧାର ଲିଙ୍କକୁ ନେଇ ବଡ ଖବର । ପାନ କାର୍ଡକୁ ଆଧାର କାର୍ଡ ସହ ଯଦି ନ ଯୋଡି ଥାନ୍ତି ତେବେ ସାବଧାନ । ତୁରନ୍ତ ଏ କାମ ସାରି ଦିଅନ୍ତୁ । ମାର୍ଚ୍ଚ ୩୧ ରହିଛି ଡେଡ ଲାଇନ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ-ଆଧାର ଲିଙ୍କ ନ କଲେ  ଅକାମୀ ହୋଇ ଯାଇପାରେ ପାନକାର୍ଡ ।

ପୁଞ୍ଜି ବଜାର ନିୟାମକ ସେବି ବୁଧବାର ତାର ସମସ୍ତ ନିବେଶକଙ୍କୁ କହିଛି, ପୁଞ୍ଜି ବଜାରରେ ନିୟମିତ ଏବଂ ସୁଚାରୁ ଭାବେ କାରବାର କରିବା ପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଆଧାର-ପାନ ଲିଙ୍କ କରାଇବା ଜରୁରୀ । ସେବି ଏକ ବୟାନରେ କହିଛି, ଏହି ନିୟମର ଅନୁପାଳନ ନ କଲେ ସ୍ଥାୟୀ ଖାତା ସଂଖ୍ୟା (ପାନ୍) ଏବଂ ଆଧାର ଆଉ ଯୋଡି ପାରିବେ ନାହିଁ ଏବଂ ଏହା ପରେ କାରବାରରେ ପ୍ରତିବନ୍ଧକ ଲଗାଯିବ । କେନ୍ଦ୍ରୀ ପ୍ରତ୍ୟକ୍ଷ କର ବୋର୍ଡ (CBDT)  ମାର୍ଚ୍ଚ ୨୦୨୨ରେ ଏକ ପତ୍ର ଜାରି କରିଥିଲେ ଯେଉଁଥିରେ ଆଧାର-ପାନ ଲିଙ୍କ କରିବାର ଡେଡ ଲାଇନ ଦିଆ ଯାଇଥିଲା । ଏଥିରେ କୁହାଯାଇଥିଲା, ମାର୍ଚ୍ଚ ୩୧ ସୁଦ୍ଧା ଆଧାର-ପାନ ଲିଙ୍କ ନ କଲେ ଆପଣଙ୍କର ପାନ ନିଷ୍କ୍ରିୟ ହୋଇଯିବ ।

ସେବି ପକ୍ଷରୁ ଆହୁରି କୁହାଯାଇଛି, ପାନ କାର୍ଡ ପ୍ରମୁଖ ପରିଚୟ ପତ୍ର ଅଟେ ଏବଂ ପୁଞ୍ଜି ବଜାରର ସମସ୍ତ କାରବାର ପାଇଁ କେୱାଇସି ଆବଶ୍ୟକତାର ଏହା ଏକ ଅଂଶ  ଅଟେ । ତେଣୁ ପଞ୍ଜୀକୃତ ସମସ୍ତ ବ୍ୟକ୍ତି କେୱାଇସି ସୁନିଶ୍ଚିତ କରିବା ଜରୁରୀ । ତେଣୁ ପାନ-ଆଧାର ଲିଙ୍କ କରାଇ ନ ଥିଲେ ତୁରନ୍ତ କରାଇ ନିଅନ୍ତୁ ।

Leave A Reply

Your email address will not be published.