Latest Odisha News

BREAKING NEWS

ହୋଲିରେ ୭ ବର୍ଷର ନାବାଳିକାକୁ ସ୍କୁଲ ବାଥରୁମରେ ବଳାତ୍କାର; ଅଭିଯୁକ୍ତ ଗିରଫ

ପାଟଣା: ଗୋଟିଏ ପଟେ ସାରା ଦେଶ ହୋଲି ରଙ୍ଗରେ ଭିଜୁଥିଲା, ଏପଟେ ୭ ବର୍ଷର ଛୋଟ ଝିଅଟି ବଳାତ୍କାରର ଶିକାର ହୋଇଥିଲା । ଘଟଣା ଘଟିଛି ବିହାରର ବେଗୁସରାୟ ଅଞ୍ଚଳରେ । ସେତିକି ନୁହେଁ ଏହି ସୈତାନ ଯୁବକ ଜଣକ ଅନ୍ୟ ଜଣେ ନାବାଳିକାଙ୍କ ଗାଲକୁ ଏପରି କାମୁଡି ଦେଇଛି ଯେ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ତିନି ତିନିଟି ସନ୍ତାନର ବାପା । ସ୍ଥାନୀୟ ସାହେପୁର ଥାନା ଅନ୍ତର୍ଗତ ଏକ ଗାଁରେ ହୋଲି ଦିନ ଦୁଇ ଜଣ ଛୋଟ ଝିଅ କିଛି ଜିନିଷ କିଣିବା ପାଇଁ ଯାଇଥିଲେ । ଫେରିବା ବାଟରେ ଦୋଳି ଖେଳିବା ପାଇଁ ଅଟକି ଯାଇଥିଲେ । ସେଠାରେ ଅଭିଯୁକ୍ତ ଯୁବକ ଛୋଟୁ କୁମାର ତାଙ୍କୁ ଦେଖିଥିଲା । ସେମାନଙ୍କୁ ପ୍ରଲୋଭନ ଦେଖାଇ ଗାଁରେ ନିର୍ମାଣାଧୀନ ସ୍କୁଲର ବାଥରୁମଙ୍କୁ ଉଭୟଙ୍କୁ ନେଇ ଯାଇଥିଲା  । ସେଠାରେ ୯ବର୍ଷର ନାବାଳିକାଙ୍କ ଗାଲକୁ କାମୁଡି ଖଣ୍ଡିଆା କରି ଦେଇଥିଲା ଛୋଟୁ  । ଗୁରୁତର ଅବସ୍ଥାରେ ନିଜକୁ ବଞ୍ଚାଇ ସେଠାରୁ ଝିଅଟି ଖସି ଆସିଥିଲା । ହେଲେ ୭ ବର୍ଷର ଝିଅଟି ଆସି ପାରି ନ ଥିଲା । ସେ ଛୋଟୁର ପାଶବିକ ଅତ୍ୟାଚାରର ଶିକାର ହୋଇଥିଲା ।

ଖସି ଆସିଥିବା ଝିଅଟି ଘରେ ପହଞ୍ଚି ସବୁକଥା କହିବା ପରେ ଗାଁ ଲୋକେ ସ୍କୁଲ ଘରକୁ ଯାଇଥିଲେ । ସେଠାରେ ୭ ବର୍ଷର ନାବାଳିକା ଝିଅଟି ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ପୋଲିସ ଖବର ପାଇଁ ଉକ୍ତ ଯୁବକଙ୍କୁ ଗିରଫ କରି ଘଟଣାର ଯାଞ୍ଚ କରୁଛି ।

 

Leave A Reply

Your email address will not be published.