ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ଚାଲିଛି କୋଭିଡ୍ ଟିକାକରଣ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଥିଲା, ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ପ୍ରଥମ ପର୍ଯ୍ୟାୟରେ ବାକି ରହିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨୮ ତାରିଖରୁ ଟିକା ଦିଆଯିବ । ଏପର୍ଯ୍ୟନ୍ତ ୧ ଲକ୍ଷ ୫୨ହଜାର ୩୫୧ ଜଣଙ୍କର ଟିକାକରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟାବେସ ପ୍ରସ୍ତୁତ ହେଉଛି । ଆଜି ରାତି ୧୨ଟା ପରେ ଜଣାପଡ଼ିବ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦୁଇ ଲକ୍ଷରୁ ଅଧିକ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟ ସରିବା ପରେ ତୃତୀୟ ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ ।
BREAKING NEWS
- CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ

Comments are closed.