ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ଚାଲିଛି କୋଭିଡ୍ ଟିକାକରଣ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଥିଲା, ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ପ୍ରଥମ ପର୍ଯ୍ୟାୟରେ ବାକି ରହିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨୮ ତାରିଖରୁ ଟିକା ଦିଆଯିବ । ଏପର୍ଯ୍ୟନ୍ତ ୧ ଲକ୍ଷ ୫୨ହଜାର ୩୫୧ ଜଣଙ୍କର ଟିକାକରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟାବେସ ପ୍ରସ୍ତୁତ ହେଉଛି । ଆଜି ରାତି ୧୨ଟା ପରେ ଜଣାପଡ଼ିବ କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦୁଇ ଲକ୍ଷରୁ ଅଧିକ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟ ସରିବା ପରେ ତୃତୀୟ ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ ।
BREAKING NEWS
- ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି
- ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର
- କଟକ ଷ୍ଟେସନରେ ପୂର୍ବତଟ ରେଳପଥର ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ଓ ସୁବିଧା ନେଇ ସିଧାସଳଖ ଆଲୋଚନା
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍
- Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
- ‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା
- Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ

Comments are closed.