ଶ୍ରୀନଗର: ଜାମ୍ମୁ କାଶ୍ମୀରର ହନ୍ଦୱାଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ୨୪ ଘଣ୍ଟାରେ ଦ୍ଵିତୀୟ ଥର ପାଇଁ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ତିନି ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଭାରତୀୟ ସୁରକ୍ଷା ବଳ ଜଣେ ଆତଙ୍କବାଦୀକୁ ମଧ୍ୟ ନିପାତ କରିଥିବା ଜଣାପଡ଼ିଛି।
ହନ୍ଦୱାଡାରେ ରବିବାର ଦିନ ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ ଜଣ ଭାରତୀୟ ସେନା ବଳ ଶହୀଦ ହୋଇଥିଲେ।
Comments are closed.