Latest Odisha News

BREAKING NEWS

କ୍ବାରେନଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଥିବା ବ୍ୟକ୍ତି ଗିରଫ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଢେଇମୁଣ୍ଡା ସ୍ଥିତ ଏକ କ୍ବାରେନଣ୍ଟାଇନ କେନ୍ଦ୍ରରୁ ସୋମବାର ରାତିରେ ପଳାଇଯାଇଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସେ ଗତ ଏପ୍ରିଲ୍ ୨୬ରେ ରାଉରକେଲାର କରୋନା ହଟସ୍ପଟ୍ ଅଞ୍ଚଳ ନାଲା ରୋଡରୁ ସେଠାକୁ ଯାଇଥିବା ବେଳେ ବିଟିଏମ୍ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରେ ରଖାଯାଇଥିଲା। ଯେଉଁଠାରୁ ସେ ଗତକାଲି ପଳାଇଯାଇଥିଲେ।

ଗିରଫ ବ୍ୟକ୍ତି ଜଣକ ଜିଲ୍ଲାର କବରିସ୍ତାନପଦାର ଅସୀଦ ଖାନ ଏବଂ ତାଙ୍କର ସ୍ବାବ ନମୁନା ମଧ୍ୟ ସଂଗ୍ରହ କରାଯାଇ କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିବା ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ।

ତେବେ ଜଣେ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସିର ଧାରା ୧୮୮, ୨୬୯, ୨୭୦ ଏବଂ ୨୭୧ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

Leave A Reply

Your email address will not be published.