Latest Odisha News

BREAKING NEWS

କରୋନା ଆକ୍ରାନ୍ତ ରାଜ୍ୟର ଦ୍ୱିତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରାଜ୍ୟ ଦ୍ୱିତୀୟ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଗତକାଲି ଗଂଜାମ ଜିଲ୍ଲା ହିଂଜିଳିକାଟୁର ଜଣେ କାର୍ଯ୍ୟରତ ସାମ୍ବାଦଙ୍କର କରୋନା ସଂକ୍ରମଣ ଯୋଗୁଁ ମୁତ୍ୟୁ ହୋଇଥିଲା । ସେ କିମସ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.