Latest Odisha News

ଆଜିଠୁ ଯୁକ୍ତ୨ ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ଵର: ଆଜି ଯୁକ୍ତ୨ ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ।ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜି ତଥା ଶନିବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ଏଥିରେ ମୋଟ ୮,୬୧୧ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ୫,୪୬୩ଜଣ ଶିକ୍ଷକ ଅଫଲାଇନ ଖାତା ଦେଖିବେ ଏବଂ ୩,୧୪୮ଜଣ ଅନଲାଇନ ଖାତା ଦେଖିବେ।

ସୂଚନା ଅନୁଯାଇ, ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଅପ୍ରେଲ ୪ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟ ଖାତା ଦେଖାବେଳେ ଛୁଟି ପଡ଼ି ଯିବାରୁ ୨ଦିନ ବିଳମ୍ବିତ ହୋଇଛି। ନିର୍ଦ୍ଧାରିତ ସମୟରେ ଖାତା ଦେଖା ସାରି ମେ’ ୧୫ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି  ଯାହା ଫଳରେ ଛାତ୍ରଛାତ୍ରୀ ମାନେ ନିଜର ଅନ୍ୟ ପାଠ ପଢା ପ୍ରତି ଧ୍ୟାନ ଦେଇପାରିବେ। ଚଳିତବର୍ଷ ୪୧ଟି ଜୋନ୍ ରେ ଅନଲାଇନ ଓ ୬୯ଟି ଜୋନ୍ ରେ ଅଫଲାଇନ ମୂଲ୍ୟାୟନ କରାଯାଉଛି।

Comments are closed.