ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସଚିବ ଅମ୍ରିତ ଲାଲ ମୀନା ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ (ଏମ୍ସିଏଲ୍)ର ବିଭିନ୍ନ ପ୍ରସଙ୍ଗ ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ବଲପୁରରେ ଥିବା ଏମ୍ସିଏଲର ମୁଖ୍ୟାଳୟରେ ସ୍ଥିତିର ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି ଏମ ପ୍ରସାଦ ଉପସ୍ଥିତ ଥିଲେ । ସ୍ଥିତି ସମୀକ୍ଷା ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ସେ ସନ୍ତୋଷବ୍ୟକ୍ତ କରିଥିଲେ ।
ଏହି ବୈଠକରେ ଏମସିଏଲର ବରିଷ୍ଠ ଅଧିକାରୀ ପି ସିଂ, କେଶବ ରାଓ, ପି କେ ପଟେଲ, ଜେ.କେ ବୋରା, ଏ କେ ବେହୁରା, ଏ ଏସ୍ ବାପତ୍, ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ କୋଇଲା ଉତ୍ତୋଳନ ଓ ଏହାର ପରିଚାଳନା ପାଇଁ ଏମସିଏଲ ଟିମ୍ ପ୍ରଦର୍ଶନର ମଧ୍ୟ ସମୀକ୍ଷା କରି୍ଥିଲେ । ମୁଖ୍ୟତଃ ନୂଆ ରେଳ କରିଡ଼ର ପାଇଁ କୋଇଲା ପରିବହନର ଆବଶ୍ୟକତା ଜାଣିବାକୁ ଚେଷ୍ଟା କରିଥିଲେ । ଏହା ସହିତ ଭୂମି ଅଧିଗ୍ରହଣରେ ଉପୁଜୁଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।
Comments are closed.