Latest Odisha News

BREAKING NEWS

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ , ବିଭିନ୍ନ ଉନ୍ନତିମୂଳକ କାମର କଲେ ସମୀକ୍ଷା

ନୟାଗଡ : ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନ ପ୍ରଥମେ ମନ୍ଦିରରେ ପହଁଞ୍ଚି ନୀଳ ମାଧବଙ୍କୁ ଦର୍ଶନ କରିଛନ୍ତି ।ପରେ ମନ୍ଦିର ପରିସର ପାଣ୍ଡିଆନ ବୁଲିଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ।

କଣ୍ଟିଲୋ ନୀଳ ପାଧବ ପୀଠର କିପରି ଉନ୍ନତି କରଣ ହେବ ସେନେଇ ସ୍ଥାନୀୟ ଲୋକ ଓ ମନ୍ଦିର ପୂଜକ ମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ୍ । ଏନେଇ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ. ମହାନଦୀ କୂଳରେ ନୀଳମାଧଵ ପୀଠର ଶୋଭା ଅତ୍ୟନ୍ତ ମନୋରମ । 5T କାର୍ଯ୍ୟକ୍ରମ ରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକ ଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ , ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି।

ଏହା ସହିତ ଏଠାକୁ ଆସୁଥିବା ଭକ୍ତ ମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ର ବିକାଶ କରାଯିବ।ଏଥି ନିମନ୍ତେ ଖୁଵ ଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଜଣା ଯାଇଛି।

ଏଥି ପାଇଁ ପୂର୍ତ୍ତ ବିଭାଗ କୁ ଦାଇତ୍ୱ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।ଏହି ପରଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି ଯାଦବ , ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.