Latest Odisha News

BREAKING NEWS

[ଭିଡ଼ିଓ] ରହସ୍ୟମୟ କ୍ଷୀର ଭବାନୀ ପୀଠ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘଟଣା ବିଶ୍ୱାସ ନହେଲେ ବି ସତ । ହେଲେ ଏଠି ରହିଛି ଅନେକ ରହସ୍ୟ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମନାରେ ଘଟୁଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁ କଶ୍ମୀର ଶ୍ରୀନଗରର ତୁଲ୍ଲା ମୁଲ୍ଲା ଗାଁରେ ରହିଛି ଦେବୀ ମା’ଙ୍କ ପୀଠ ।

ପ୍ରତିଦିନ ଦେବୀ ପୀଠରେ କ୍ଷୀରି ଭୋଗ ଲଗାଯାଇଥାଏ । ଏହି କ୍ଷୀରିକୁ ପ୍ରସାଦ ଭାବରେ ପାଇ ମା’ ବେଶ୍ ପ୍ରସନ୍ନ ହୋଇଥାନ୍ତି । ଭକ୍ତଙ୍କୁ ମଧ୍ୟ ପ୍ରସାଦ ରୂପେ କ୍ଷୀରି ପ୍ରସାଦ ବଣ୍ଟନ କରାଯାଇଥାଏ । ଏଠାରେ ମଇ ମାସରେ ପୁର୍ଣ୍ଣିମା ସମୟରେ ଏଠାରେ ପୂଜାର୍ଚ୍ଚନା ସହିତ ମେଳା ଲାଗିଥାଏ । ଦୂରଦୂରାନ୍ତରୁ ଛୁଟିଆସିଥାନ୍ତି ବହୁ ଶ୍ରଦ୍ଧାଳୁ ମାନେ ।

ଏ ମନ୍ଦିର ନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । ରାବଣ ଥିବା ସମୟରେ ମା’ଙ୍କର ଏହି ସ୍ଥାନରେ ଆବିର୍ଭାବ ହୋଇଥିବା ରହିଛି ବିଶ୍ୱାସ । ହେଲେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ କୁଣ୍ଡର ପାଣିରେ । ଏହି କୁଣ୍ଡର ପାଣି ମଧ୍ୟରେ ମା’ଙ୍କ ଅବସ୍ଥିତି । ଆଉ ମା’ଙ୍କ ଚାରିପାଖରେ ଥିବା ପାଣିରେ ରହିଛି ଚମତ୍କାର ।

ବର୍ଷସାରା ପାଣିର ରଙ୍ଗ ଏହିପରି କ୍ଷୀର ଭଳି ଧଳା ରଙ୍ଗର ହୋଇଥାଏ । ହେଲେ କୌଣସି ବିପଦ ଆସିଲେ ପାଣିର ରଙ୍ଗ ଅଚାନକ ଭାବେ କଳା ହୋଇଯାଏ । ପାଣିର ରଙ୍ଗ ପରିବର୍ତ୍ତନ ହିଁ ବିପଦର ସୂଚନା ଦେଇଥାଏ ।

ଏହି ଘଟଣା ଏବେ ନୁହେଁ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ଏହି ଭୟ ଆଉ ବିଶ୍ୱାସ । ଏହି ଘଟଣା ମଧ୍ୟ ବହୁ ପରୀକ୍ଷିତ । ତେବେ ଏହି ଘଟଣା ନେଇ କେତେଦୂର ସତ୍ୟାସତ୍ୟ ରହିଛି । କଣ ସବୁ ରହିଛି ଏହି ପୀଠର ରହସ୍ୟ । ତାହା ଏଯାଏ କାହାକୁ ବି ଜଣା ନାହିଁ . . .

Leave A Reply

Your email address will not be published.