Latest Odisha News

BREAKING NEWS

[ଭିଡ଼ିଓ ] ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ପୁରୀ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରାଯାଇଛି । ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ କ୍ବାର୍ଟର ଏବଂ କଟକ ସିଡିଏରେ ଥିବା ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ପୁରୀର ସରକାରୀ ବାସଭବନରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଅଟକାଯାଇଥିଲା । ରାମଚନ୍ଦ୍ର ଜେନାଙ୍କଠାରୁ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା । ଆହୁରି ମଧ୍ୟ ନିମାପଡ଼ାଠାରେ ତାଙ୍କ ସରକାରୀ କ୍ୱାର୍ଟରର ଘର ଖୋଜାଖୋଜି ବେଳେ ନଗଦ ୫୦ ହଜାର ଟଙ୍କା ମିଳିଛି ।
ଠିକ୍ ସେହିପରି କଟକର ସିଡିଏ ସେକ୍ଟର-୧୧ଠାରେ ଥିବା ତାଙ୍କ ବାସଭବନ, ଯାଜପୁର ଜିଲ୍ଲାର ଧାନମଣ୍ଡଳ, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ଏହି ଚଢ଼ାଉ ଜଣେ ଅତିରିକ୍ତ ଏସପି, ସାତ ଜଣ ଡିଏସପି, ଦୁଇଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଚାଲିଥିବାର ଖବର ମିଳିଛି ।  ରାମଚନ୍ଦ୍ର ଜେନାଙ୍କ ସଂପତ୍ତିର ଆକଳନ ଚାଲିଛି । ଏନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

 

Leave A Reply

Your email address will not be published.