Latest Odisha News

ଝାମୁ ଯାତ୍ରା ପାଇଁ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା

ପୁରୀ: କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଜାରି ହେଲା ୧୪୪ ଧାରା । ଆଜି ଶେଷ ଚୈତ୍ର ମଙ୍ଗଳବାରରେ ମା’ଙ୍କର ଝାମୁ ଯାତ୍ରା ହେବ । କରୋନା କାଳରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମଙ୍ଗଳା ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କୋଭିଡ୍ କଟକଣା ମଧ୍ୟରେ ଝାମୁ ଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି । କେବଳ ମାନସିକଧାରୀ ଓ ପୂଜକଙ୍କ ଉପସ୍ଥିତିରେ ଝାମୁଯାତ୍ରା ପାଇଁ ଅନୁମତି ରହିଛି ।

ସେହିପରି କରୋନା ସଂକ୍ରମଣ ବଢୁଥିବାରୁ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ମେ ୧୫ ତାରିଖ ଯାଏ ବନ୍ଦ । ମଠ, ମନ୍ଦିର, ମସ୍‌ଜିଦ ଓ ଚର୍ଚ୍ଚ ବନ୍ଦ ରଖିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସମସ୍ତ ଧର୍ମାନୁଷ୍ଠାନରେ କେବଳ ରୀତିନୀତି ପାଳନ ହେବ । ହେଲେ କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ।

Leave A Reply

Your email address will not be published.