Latest Odisha News

ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନାମଲେଖା ଆରମ୍ଭ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ସବୁ ସରକାରୀ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେବାକୁ ଯାଉଛି।

ପ୍ରାଥମିକ/ମାଧ୍ୟମିକ ଶ୍ରେଣୀ ପାଇଁ ନୂଆ ଆଡମିଶନ ୨୦୨୧ ମସିହା ମେ ୩୧ ସୁଦ୍ଧା ଶେଷ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ସକାଳ ୯ଟା ୩୦ ଯାଏଁ ନାମଲେଖା ଚାଲିବ।

ଏହି ସମୟରେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭିଡ଼କୁ ଏଡାଇବା ପାଇଁ ବିଦ୍ୟାଳୟଗୁଡ଼ିକରେ ଏକ ସମୟରେ ସର୍ବାଧିକ ପାଞ୍ଚ ଜଣ ଅଭିଭାବକଙ୍କୁ ପ୍ରବେଶ ଅନୁମତି ଦେବାକୁ କୁହାଯାଇଛି।

ସେହିପରି ମାସ୍କ, ସାନିଟାଇଜେସନ୍, ସାମାଜିକ ଦୂରତା ରକ୍ଷା କରାଯାଇ ନାମଲେଖା ପ୍ରକ୍ରିୟା ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.