Latest Odisha News

BREAKING NEWS

ଜାଗରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା, ମନ୍ଦିର ପରିସରରେ ୧୪୪ ଧାରା

ଆଠଗଡ଼(କଟକ): ମହାଶିବରାତ୍ରି ପାଇଁ ଆଜି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ପାଇଁ ଜାରି ହୋଇଛି ୧୪୪ ଧାରା । କୋଭିଡ୍ ପାଇଁ କଟକଣା ଜାରି କରିଛି ପ୍ରଶାସନ । ଏବର୍ଷ ଶିବରାତ୍ରିରେ ବାବାଙ୍କୁ ଦର୍ଶନ କରି ପାରିବେନି ଭକ୍ତ । ମନ୍ଦିର ପରିସରରେ ବି ଦୀପ ଲଗାଇ ପାରିବେ ନାହିଁ ।

କୋଭିଡ୍ କଟକଣା ଭିତରେ ଧବଳେଶ୍ୱର ପୀଠରେ ମହାଶିବରାତ୍ରି ହେଉଛି । ଧବଳେଶ୍ଵରଙ୍କ ପୀଠରେ ଦିନରେ ଚାରି ଧୂପ ପାଞ୍ଚ ଅବକାଶ ନୀତି ସମାପନ ହେବ । ସଂଧ୍ୟା ଧୂପ ପରେ ଚାରି ପ୍ରହର ପୂଜା ସମ୍ପାଦନ କରାଯିବ । ପ୍ରଥମ ପ୍ରହର ଅଭିଷେକ, ଦ୍ଵିତୀୟ ପ୍ରହର ପୂଜା ସହିତ ମହାଦୀପ ପ୍ରସ୍ତୁତି ରାତି ୧୧ଟା ପରେ ତୃତୀୟ ପ୍ରହର ନୀତି କରାଯାଇ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିରେ ଲାଗି ହେବ ବାବାଙ୍କର ଅତି ପ୍ରିୟ ମାଣ୍ଡୁଅ ଭୋଗ ।

ବେଢ଼ା ପରିକ୍ରମାରେ ହରିହର ଭେଟ କରାଯାଇ ରାତି ୧୨ଟା ପରେ ଧବଳେଶ୍ୱର ପୀଠରେ ଉଠିବ ମହାଦୀପ । ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ପୋଲିସ ଫୋର୍ସ ବି ମୁତୟନ ଅଛନ୍ତି । ଆସନ୍ତାକାଲି ସକାଳ ଯାଏ ୧୪୪ ଧାରା ବଳବତ୍ତ୍ର ରହିବ ।

Leave A Reply

Your email address will not be published.