Latest Odisha News

BREAKING NEWS

ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

ଆଗ୍ରା: ମହାଶିବରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ୮ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ଚାରି ଜଣ । ଭାରସାମ୍ୟ ହରାଇ ଡିଭାଡର ଡେଇଁ ରାସ୍ତାର ଅନ୍ୟପଟରେ ଯାଉଥିବା କଣ୍ଟେନର ସହ ପିଟିହେଲା ସ୍କର୍ପିଓ । ଉତ୍ତରପ୍ରଦେଶ ଆଗ୍ରା ହାଇଓ୍ୱରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଝାଡ଼ଖଣ୍ଡ ନମ୍ବର ଥିବା ସ୍କର୍ପିଓଟି ମଥୁରା ଅଭିମୁଖେ ଯାଉଥିଲା । ଅଚାନକ ସ୍କର୍ପିଓ ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପଟକୁ ଚାଲି ଯାଇଥିଲା । ସେପଟେ ରାସ୍ତାରେ ଆସୁଥିବା କଣ୍ଟେନର ସହ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା କଣ୍ଟେନର ।

ମୃତାହତଙ୍କ ପରିଚୟ ମିଳି ପାରିନାହିଁ । ସମସ୍ତେ ଗୋଟିଏ ପରିବାର କିମ୍ବା ସମ୍ପର୍କୀୟ ହୋଇ ଥାଇପାରନ୍ତି । କୁହାଯାଉଛି ସ୍କର୍ପିଓ ଚାଳକ ଶୋଇ ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓକୁ ଦେଖିଲେ ଅନୁମାନ କରାଯାଉଛି କେତେ ଭୟଙ୍କର ହୋଇଛି ଦୁର୍ଘଟଣା ।

Leave A Reply

Your email address will not be published.