Latest Odisha News

BREAKING NEWS

ଏମସିଆଇ ପକ୍ଷରୁ ସର୍କୁଲାର ଜାରି : ପିଓକେରେ ମେଡିକାଲ ଡିଗ୍ରୀ ହାସଲକାରୀ ଭାରତରେ ଗ୍ରହଣ ଯୋଗ୍ୟ ହେବେ ନାହିଁ

ନୂଆଦିଲ୍ଲୀ: ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି । ଏହା ଅନୁସାରେ ପାକ୍ ଅଧିକୃତ କଶ୍ମୀର (ପିଓକେ) ଅଂଚଳରେ ଥିବା ମେଡିକାଲ କଲେଜର ଡିଗ୍ରୀ ଭାରତରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ପିଓକେ ଏବଂ ଲଦାଖର ପାକିସ୍ତାନ ଅବୈଧ ଅଧିକୃତ ଅଂଚଳ ପାଇଁ କେବଳ ଏହା ପ୍ରଯୁଯ୍ୟ ହେବ ।

୧୯୫୬ରେ ଏମସିଆଇ ଏହି ନିୟମ ଲାଗୁ କରିଥିଲା । ଏହି ନିୟମକୁ ପୁନର୍ବାର ବଳବତର ରଖାଯାଇଛି ବୋଲି ଏମସିଆଇ ସେକ୍ରେଟାରୀ ଜେନେରାଲ ଆରକେ ଭାଟ୍ସ କହିଛନ୍ତି । ପିଓକେର ମେଡିକାଲ ଡିଗ୍ରୀ ହାସଲ କରିଥିବା ଜଣେ ଡାକ୍ତର ଜମ୍ମୁ-କଶ୍ମୀରରେ ଚିକିତ୍ସା ପାଇଁ ଅନୁମତି ମାଗିଥିଲେ । ବହୁତ ତର୍ଜମା କରାଯିବା ପରେ ଉପରୋକ୍ତ ନିଷ୍ପତି ନିଆଯାଇଛି ବୋଲି ଭାଟ୍ସ କହିଛନ୍ତି ।

Leave A Reply

Your email address will not be published.