Latest Odisha News

BREAKING NEWS

communal clashes in Sundargarh: ସୁନ୍ଦରଗଡ଼ରୁ ହଟିଲା BNSS ୧୬୩ ଧାରା;ସହରରେ ଶାନ୍ତି ଶୋଭାଯାତ୍ରା ପାଇଁ ନିର୍ଦ୍ଦେଶ

ସୁନ୍ଦରଗଡ: ସୁନ୍ଦରଗଡ଼ ସହରରୁ ହଟିଲା BNSS ୧୬୩ ଧାରା । ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ସହରରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସହରରେ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା।

ଖବରମୁତାବକ, ଅପରାହ୍ନ ୧ଟାରେ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ । ପଥର ମାଡ଼ରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ସ୍ଥିତି ଜଟିଳ ହେଉଥିବା ଦେଖି ଅଧିକ ପୁଲିସ୍ ଫୋର୍ସ ପହଞ୍ଚିଥିଲେ । ଉତ୍ତେଜନା ଭିତରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ପୁଣିଥରେ ଦୁଇ ଗୋଷ୍ଠୀ ପକ୍ଷରୁ ପଥର ମାଡ଼ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଏନ୍ଏସ୍ ୧୬୩ ଲାଗୁ କରାଯାଇଥିଲା । ଇଣ୍ଟରନେଟ୍ ସେବାକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଶୁକ୍ରବାର ସୁନ୍ଦରଗଡ଼ ଟାଉନର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଥିଲା ।

ଏଭଳିସ୍ଥିତିରେ ଶୁକ୍ରବାର ସୁନ୍ଦରଗଡ଼ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା। ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜି, ଏସ୍‌ପି, ଉଭୟ ପକ୍ଷର ବ୍ୟକ୍ତି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.