Latest Odisha News

BREAKING NEWS

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା, ମୁତୟନ ହେବେ ୮୦ ପ୍ଲାଟୁନ ଫୋର୍ସ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତିନି ରଥ ନିର୍ମାଣ କାର୍ଯ୍ୟ । ତେବେ ବିନା ଭକ୍ତ ଓ କୋଭିଡ କଟକଣାରେ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ପୋଲିସ । ଏଥିପାଇଁ ପୁରୀ ଗସ୍ତ କରି ରଥଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।

ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ରଥଯାତ୍ରାର ୪୦ ଘଣ୍ଟା ପୂର୍ବରୁ ପୁରୀରେ କର୍ଫ୍ୟୁ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି । ତେବେ କୌଣସି ବ୍ୟକ୍ତି ନିଜ ଛାତ ଉପରେ ଛିଡା ହୋଇ ରଥଯାତ୍ରାକୁ ଦେଖିପାରିବେ ନାହିଁ । କିଭଳି ଚଳିତ ବର୍ଷ ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରାଯିବ ତାଉପରେ ଗୁରୁତ୍ବ ଦେଇଛି ପୋଲିସ । ଏଥିସହ ପୁରୀ ବାସୀଙ୍କ ସହଯୋଗ ଲୋଡିଛନ୍ତି ପୋଲିସ ଡିଜି ଅଭୟ । ସରକାର ଜାରି କରିଥିବା ଗାଇଡଲାଇନକୁ ପୁରୀବାସୀ ମୁନନ୍ତୁ ବୋଲି ସେ ଅପିଲ କରିଛନ୍ତି । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ବିଭାଗ ଡିଆଇଜି, ପୁରୀ ଏସପିଙ୍କ ସମେତବ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.