Latest Odisha News

ଟି୨୦ ଫର୍ମାଟରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କଲେ ଦିଲ୍ଲୀର ସୁବୋଧ

ନୂଆଦିଲ୍ଲୀ: ଦିଲ୍ଲୀର ସୁବୋଧ ଭାଟି ଟି୨୦ ଫର୍ମାଟରେ ବିଶ୍ୱରେ ପ୍ରଥମ ଖେଳାଳି ଭାବେ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୩୦ ବର୍ଷୀୟ ସୁବୋଧ ଏ ପର୍ଯ୍ୟନ୍ତ ମାତ୍ର ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ସେ ଏକ କ୍ଲବ ଟୁର୍ଣ୍ଣାମେଂଟରେ ୭୯ ବଲରେ ୨୦୫ ରନର ଇନିଂସ ଖେଳିଥିଲେ । ଏଥିରେ ୧୭ ଛକା ଓ ୧୭ ଚୌକା ସାମିଲ । ଦିଲ୍ଲୀ ଏକାଦଶ ପକ୍ଷରୁ ଖେଳୁଥିବା ସୁବୋଧ ସିମ୍ବା ଟିମ ବିପକ୍ଷରେ ଏହି ସ୍କୋର କରିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ୱେଷ୍ଟଇଣ୍ଡିଜର କ୍ରିସ ଗେଲ ୨୦୧୩ ଆଇପିଏଲରେ ପୁଣେ ୱାରିୟର୍ସ ବିପକ୍ଷରେ ୬୬ ବଲରେ ୧୭୫ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆର ଆରୋନ ଫିଂଚ ଆନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ୧୭୨ ରନର ଇନିଂସ ଖେଳିଥିଲେ । ଜିମ୍ବାୱେ ବିପକ୍ଷରେ ସେ ୭୬ ବଲରେ, ୧୬ ଚୌକା ଓ ୧୦ ଛକା ସହାୟତାରେ ଏହି ସ୍କୋର କରିଥିଲେ । ତାଙ୍କ ପଛକୁ ଆଫଗାନିସ୍ତାନର ହଜରତୁଲ୍ଲା ଆୟର୍ଲାଣ୍ଡ ବିପକ୍ଷରେ ୧୬୨ ନଟଆଉଟ (୬୨ ବଲ) ରନ କରିଥିଲେ ।

Leave A Reply

Your email address will not be published.