Latest Odisha News

ଗୋଷ୍ଠୀ ସଂକ୍ରମଣ ହେଲେ ସ୍ଥିତି ଭୟାନକ ହେବ, ସଟ୍‌ଡାଉନ୍ କର: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୟା ବିସ୍ତାର କରିବାରେ ଲାଗିଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ପରିସ୍ଥିତି ଭୟାନକ ହେବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ସଟଡାଉନ୍ ଘୋଷଣା କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେହି ଜିଲ୍ଳାକୁ ପୁରାପୁରି ସଟ୍‌ଡାଉନ୍ କରାଯାଉ ବୋଲି ନିରଂଜନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.