ବରଗଡ଼: ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ଓ ମାଓ ଗୁଳିବିନିମୟ । ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ ।
ସୂଚନା ମୁତାବକ, ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଣି ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ସୂତ୍ରରୁ ଖବରପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ହଠାତ୍ ଅପର ପାର୍ଶ୍ୱରୁ ଆଖିବୁଜା ଫାୟାରିଂ ହେବା ଆରମ୍ଭ ହେଲା ।
ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ । ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଏହି ସମୟରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ବହୁ ନକ୍ସଲ କ୍ୟାମ୍ପକୁ ଧ୍ୱସଂ କରିବା ସହ ସର୍ଚ୍ଚ ଅପରେସନ ବେଳେ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଏହି ନକ୍ସଲମାନେ ଛତିଶଗଡ଼ର ବୋଲି ସୂଚନା ରହିଛି । ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଫାୟାରିଂ ଜାରି ରହିଛି ।
Comments are closed.