Latest Odisha News

BREAKING NEWS

ମାଓ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ୍ ଠାବ କଲା ସୁରକ୍ଷାବାହିନୀ

ମାଲକାନଗିରି: ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ। ଦିନକୁ ଦିନ ବଢିଚାଲିଛି ନକ୍ସଲମାନଙ୍କ ହିଂସାକାଣ୍ଡ। ସୁରକ୍ଷାବାହିନୀଙ୍କୁ କରାଯାଉଛି ଟାର୍ଗେଟ୍। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଅଞ୍ଚଳରେ ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର। ନକ୍ସଲମାନେ ମିଳିତ ଷଡଯନ୍ତ୍ର କରିବା ବେଳେ ମାଓ ଯୋଜନା ପଣ୍ଡ କଲା ସୁରକ୍ଷବାହିନୀ।

ଯବାନଙ୍କୁ ଟାର୍ଗେଟ୍ କରିବାକୁ ଜଙ୍ଗଲରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କଲା ସୁରକ୍ଷାବାହିନୀ। ଭେଜାଙ୍ଗିୱାଡା ଅଞ୍ଚଳରୁ ଏହି ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ସୂଚନାନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଠାରେ ଥିବା ୧୪୨ ବିଏସଏଫ ବାହିନୀର ଯବାନମାନେ ଭେଜାଙ୍ଗିୱାଡା ଅଞ୍ଚଳରେ କମ୍ଵିଂ ଅପରେସନ କରୁଥିଲେ।

ଏହି ସମୟରେ ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଟି ତଳୁ ପ୍ରାୟ ଦେଢ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା। ସୁରକ୍ଷାବାହିନୀ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି।

Comments are closed.